ବଙ୍ଗୋମୁଣ୍ଡା: ଅବହେଳିତ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାକୁ ନୂଆ ଜିଲ୍ଲା ଘୋଷଣା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ରିପୁନାଥ ସୁନା ଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ସେମାନଙ୍କ କହିବା ଅନୁସାରେ, ବଙ୍ଗୋମୁଣ୍ଡା ଏକ ଦାଦନପ୍ରବଣ ଅଞ୍ଚଳ। ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ପେଟପାଟଣାର ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି।
ଏଠାରେ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ରାଣୀପୁର ଝରିଆଲ, ଚଉଷଠି ଯୋଗିନୀ ମନ୍ଦିର ରହିଛି। ବଙ୍ଗୋମୁଣ୍ଡା ଜମିଦାରୀ ଶେଷ ଉତ୍ତରାଧିକାରୀ ଶ୍ରୀମତୀ ଚନ୍ଦ୍ରକୁମାରୀ ସିଂ ଭୋଇଙ୍କ ମୃତ୍ୟୁ ପରେ ତାଙ୍କର ଅଧୀନସ୍ଥ ହାରାହାରି ୧୪୦୦ ଏକର ଜମିଦାରୀ ଭବରା ଜମି ସରକାରୀ ଖାତାକୁ ହସ୍ତାନ୍ତର ହୋଇଛି। ଏହି ଜମି ପ୍ରଶାସନିକ କାର୍ଯ୍ୟାଳୟ ପାଇଁ ଉପଯୁକ୍ତ ସ୍ଥାନ ଅଟେ। ବଲାଙ୍ଗୀର ଜିଲ୍ଲା ସଦର ମହକୁମା ଏଠାରୁ ୧୫୦ କିମି ଦୂର। ତେଣୁ ଏ ଅଞ୍ଚଳର ଲୋକେ ସବୁବେଳେ ପ୍ରଶାସନିକ ଅବହେଳାର ଶିକାର ହେଉଛନ୍ତି। ତେଣୁ ଏ ଅଞ୍ଚଳର ବିକାଶ ପାଇଁ ବଙ୍ଗୋମୁଣ୍ଡାକୁ ଏକ ଜିଲ୍ଲା ଘୋଷଣା କରିବାକୁ ସେମାନେ ଦାବି କରିଛନ୍ତି। ଅଞ୍ଚଳବାସୀଙ୍କ ପକ୍ଷରୁ ସୁଶୀଳ ଜୈନଙ୍କ ନେତୃତ୍ୱରେ କିଶୋର ମେହେର, ଜୟକୃଷ୍ଣ ସରାଫ, ସୁମିତ ଜୈନ, ବସନ୍ତ ଜୈନ, ବିଜୟ ଅଗ୍ରୱାଲ, ଚକ୍ରଧର ପୁଟେଲ, ସନ୍ତୋଷ ସାସମଲ, ଅଶୋକ ସାହୁ, କିରତୁ ସାହୁ, ଚନ୍ଦ୍ରଶେଖର ଦନ୍ତା, ଶୁଭମ ଅଗ୍ରୱାଲ, ମହେନ୍ଦ୍ର ଗଡୁଆ, ଗୋକୁଳ ଦୀପ, ଗୁଣ ଭୋଇ, ପୀତାମ୍ବର ଥନାପତି ପ୍ରମୁଖ ସାମିଲଥିଲେ।
Follow Us