ମଦ ଦୋକାନକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର

ମଦ ଦୋକାନକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର

ଯାଜପୁରଟାଉନ/ସଦର: ବିଂଝାରପୁର ଅଞ୍ଚଳର ଲୋକମାନେ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ ବିରୋଧ କରିଛନ୍ତି। ଆଜି ଏନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ବିଂଝାରପୁର ବ୍ଲକ୍‌ର ଅରେଇ ମଇଁନ୍ଦା ରୋଡରେ ଅବକାରୀ ବିଭାଗ ପକ୍ଷରୁ ନୋଟିସ ନଂ ୨୦୩/୨୫.୧.୨୦୨୩ ରେ ବଡ଼ପାଳ ମୌଜାର ଖାତା ନଂ ୫୦୯, ପ୍ଲଟ୍‌ ନମ୍ବର ୧୭୩୮ରେ ଏକ ଠିପିଖୋଲା ବି‌ଦେଶୀ ମଦ ଦୋକାନ ଖୋଲିବାକୁ ପ୍ରସ୍ତାବ ରହିଛି।

ଏହି ସ୍ଥାନ ନିକଟରେ ଦଳିତ ବସ୍ତି, ଅରେଇ ପ୍ରାଥମିକ ବିଦ୍ୟାଳୟ, ବରୁଣେଶ୍ବର ମନ୍ଦିର ଓ କିଛି ଦୂରରେ ବରୁଣେଶ୍ବର ମହାବିଦ୍ୟାଳୟ ରହିଛି। ବରୁଣେଶ୍ବର ହାଇସ୍କୁଲକୁ ପ୍ରତିଦିନ ଏହି ରାସ୍ତାଦେଇ ଶହଶହ ପିଲା ଯାଆସ କରୁଛନ୍ତି। ବରୁଣେଶ୍ବର ପୀଠ ନିକଟରେ ମଦ ଦୋକାନ ଖୋଲାଗଲେ ଧର୍ମୀୟ ଭାବନା ପ୍ରଭାବିତ ହେବା ସହ ଏଠାରେ ଅସାମାଜିକ ଲୋକଙ୍କ ଆଡ଼ା ବୃଦ୍ଧି ପାଇବ ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି। ଆଜି ପୂର୍ବତନ ସରପଞ୍ଚ ଦେବାନନ୍ଦ ମଲ୍ଲିକ, ସତ୍ୟ ରଂଜନ ମଲିକ, ଅଭିମନ୍ୟୁ ପଣ୍ଡାଙ୍କ ସହ କେତେକ ଅଞ୍ଚଳବାସୀ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଭେଟି ପ୍ରସ୍ତାବିତ ମଦ ଦୋକାନ ବନ୍ଦ କରିବାକୁ ନିବେଦନ କରିଛନ୍ତି। ପ୍ରଶାସନ ନଶୁଣିଲେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe