ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

(representational immage) Twitter

ବୀରମହାରାଜପୁର: ବୀରମହାରାଜପୁର ତହସିଲ କେନଝିରିଆପାଲି ଆର୍‌ଆଇ ସର୍କିଲ ଅନ୍ତର୍ଗତ ବହଳପଦର ପଞ୍ଚାୟତ ବଡ଼ମାଳ ଗାଁରେ ଗୋଚର ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ଏହି ଜବରଦଖଲ ଉଚ୍ଛେଦ କରିବାକୁ ଗ୍ରାମବାସୀମାନେ ଦୁଇଦିନ ପୂର୍ବରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କୁ ଦାବିପତ୍ର ଦେଇଛନ୍ତି। ଅଭିଯୋଗ ଅନୁସାରେ, ଗ୍ରାମର ଅଧିକାଂଶ ବ୍ୟକ୍ତି ଗୋଚର ଜମିକୁ ବେଆଇନ ଭାବେ ଦଖଲ କରିଛନ୍ତି।

ଏନେଇ ଗ୍ରାମବାସୀ ଗତମାସ ୨୪ ତାରିଖ ଦିନ ଗ୍ରାମର ଭାଗବତ ମନ୍ଦିର ସମ୍ମୁଖରେ ଗ୍ରାମସଭା କରି ଜବରଦଖଲ ଜମି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପ୍ରସ୍ତାବକୁ ଅଧିକାଂଶ ବ୍ୟକ୍ତି ମାନିଥିଲେ। ମାତ୍ର ବାବୁଲାଲ ତାଣ୍ଡିଆ ଓ ଉପେନ୍ଦ୍ର ତାଣ୍ଡିଆ ଛାଡ଼ିବାକୁ ମନା କରିଥିଲେ। ତେଣୁ ଗାଁର ଶତାଧିକ ବ୍ୟକ୍ତି ଗୁରୁବାର ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବୀରମହାରାଜପୁର ତହସିଲଦାରଙ୍କୁ ତଦନ୍ତ ନିର୍ଦେଶ ଦିଆଯାଇଥିଲା। ସେହିପରି ଗ୍ରାମର ୱାର୍ଡସଭ୍ୟ ବାବୁ ପ୍ରଧାନଙ୍କ ନେତୃତ୍ବରେ ସୁମନ୍ତ ମହାକୁର, ନୀଳମଣି ଦନ୍ତା, ଜନ୍ମ ଭୁଇ, ନାରାୟଣ କଲତା, ମାନୁ ମହାକୁର, ଚେରେଙ୍ଗା ମହାକୁର ପ୍ରମୁଖ ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe