ଝାଡଖଣ୍ଡରେ ଓଡ଼ିଆ ଭାଷା ପ୍ରତି ଅବହେଳା ନେଇ ରାଷ୍ଟ୍ରପତିଙ୍କୁ ଦାବିପତ୍ର

Advertisment
ଝାଡଖଣ୍ଡରେ ଓଡ଼ିଆ ଭାଷା ପ୍ରତି ଅବହେଳା ନେଇ ରାଷ୍ଟ୍ରପତିଙ୍କୁ ଦାବିପତ୍ର
ରାଇରଙ୍ଗପୁର: ପଡ଼ୋଶୀ ଝାଡଖଣ୍ଡରେ ଓଡ଼ିଆ ଭାଷା ପ୍ରତି ଅବହେଳା ନେଇ ମେଘାଚ୍ଛନ୍ନ ସାହିତ୍ୟ ସଂସଦ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଜାମଦା ଅଂଚଳରୁ ପ୍ରକାଶିତ ହେଉଥିବା ମେଘାଚ୍ଛନ୍ନ ସାହିତ୍ୟ ପତ୍ରିକାର ସଭାପତି ତଥା ମୁଖ୍ୟ ସମ୍ପାଦକ ବିକାଶ ନାୟକ ଓ ସହ ସମ୍ପାଦକ ପ୍ରଶ୍ନ କୁମାର ଶତପଥୀ ଝାଡଖଣ୍ଡ ରାଜ୍ୟର ପୂର୍ବ ସିଂହଭୂମି ଓ ପଶ୍ଚିମ ସିଂହଭୂମିରେ ବନ୍ଦ ହୋଇଥିବା ଓଡ଼ିଆ ସ୍କୁଲ ପୁନଃ ଖୋଲାଯିବା ଏବଂ ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଦାବି କରିଛନ୍ତି।
ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜ ଭାଷାର ମାନ୍ୟତା ମିଳିଥିଲେ ମଧ୍ୟ ଓଡ଼ିଆ ଭାଷାକୁ ଝାଡଖଣ୍ଡ ସରକାର ବିଲୁପ୍ତ କରିଦେବା ପାଇଁ ଷଡଯନ୍ତ୍ର କରୁଛନ୍ତି। ପୂର୍ବ ସିଂହଭୂମିରେ ଓ ପଶ୍ଚିମ ସିଂହଭୂମି ରେ ଓଡ଼ିଆ ସ୍କୁଲ ବନ୍ଦ ହୋଇଗଲାଣି। ଏ ସବୁ ପ୍ରସଙ୍ଗ ନେଇ ବାରମ୍ବାର ସରକାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି କାର୍ଯାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ଉକ୍ତ ରାଜ୍ୟରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାରେ ସ୍ନାତକ ଏବଂ ସ୍ନାତକୋତ୍ତର ଅଧ୍ୟୟନ କରିବା ପାଇଁ ଅନୁମତି ଦିଆଯିବା ସହିତ ଓଡ଼ିଆ ପ୍ରଫେସର ନିଯୁକ୍ତି ଏବଂ ଓଡ଼ିଆ ଭାଷାରେ ଅଧ୍ୟୟନ କଲେ ଅଧିକ ଅର୍ଥରାଶିର ଛାତ୍ରବୃତ୍ତି ପ୍ରଦାନ କରିବା ପାଇଁ ସଂସଦ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବି କରାଯାଇଛି । ଉକ୍ତ ଦାବିପତ୍ର  ଇମେଲ ଓ ପୋଷ୍ଟାଲ ଜରିଆରେ ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe