ପାଣି ସମସ୍ୟା ସମାଧାନ ଦାବି: ବ୍ଲକ୍ ଅଫିସ ଘେରିଲେ ଗ୍ରାମବାସୀ

Advertisment
ପାଣି ସମସ୍ୟା ସମାଧାନ ଦାବି: ବ୍ଲକ୍ ଅଫିସ ଘେରିଲେ ଗ୍ରାମବାସୀ

ବେଲପଡ଼ା: ବେଲପଡ଼ା ବ୍ଲକ୍‌ ବେଲପଡ଼ା ସଦର ଗ୍ରାମରେ ପିଇବା ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଏହାର ତୁରନ୍ତ ସମାଧାନ ଦାବି କରି ଗ୍ରାମବାସୀ ଗୁରୁବାର ବ୍ଲକ୍‌ ଅଫିସ ଘେରାଉ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ, ବେଲପଡ଼ାରେ ପୂର୍ବାପେକ୍ଷା ଜନସଂଖ୍ୟା ବଢ଼ିଛି। କିନ୍ତୁ ସେହି ହିସାବରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ନାହିଁ। ବିଡିଓ ଭିକ୍ଟର ସୋରେଙ୍ଗ ପାଣି ସମସ୍ୟା ସମାଧାନ ପାଇଁ ଦେଢ଼ ଲକ୍ଷ ଟଙ୍କା ପଞ୍ଚାୟତକୁ ମଞ୍ଜୁର କରିଥିଲେ। କିନ୍ତୁ ସରପଞ୍ଚ ହରୀଶ ବୁଡ଼େକଙ୍କ କହିବା ଅନୁଯାୟୀ ତାହା ବହୁତ କମ ହୋଇଛି।

ଗତ ତିନି ମାସରୁ ତିନୋଟି ପାଣି ଟ୍ୟାଙ୍କର ବେଲପଡ଼ା ଗ୍ରାମରେ ଲୋକଙ୍କ ପାଇଁ ପାଣି ଯୋଗାଇଛି। କିନ୍ତୁ, ବିଡିଓ ଯେଉଁ ରାଶି ମଞ୍ଜୁର କରିଛନ୍ତି ତାହା ବହୁତ୍ କମ୍ ବୋଲି ପ୍ରକାଶ କରି ଲିଖିତ ଆକାରରେ ମଧ୍ୟ ଜଣାଇଥିଲେ। ଏହା ପରେ ବିଡିଓ ତାକୁ ବନ୍ଦ କରି ଦେବା ପାଇଁ କହିଥିଲେ। ଏଥିରେ କ୍ଷୁବ୍‌ଧ ହୋଇ ଅଞ୍ଚଳବାସୀ ବ୍ଲକ୍ ଅଫିସ ଘେରାଉ କରିଥିବା କହିଥିଲେ। ପରେ ବିଡିଓ ଅନ୍ୟ ପାଣ୍ଠିରୁ ବ୍ୟବସ୍ଥା କରି ପାଣି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ। ପ୍ରତିଶ୍ରୁତି ଅନୁଯାୟୀ ଶୀଘ୍ର ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଧମକ ଦେଇଛନ୍ତି। ଆନ୍ଦୋଳନରେ ହରୀଶ ବୁଡ଼େକଙ୍କ ନେତୃତ୍ବରେ ଜିତୁ ନାୟକ, ଜନାର୍ଦନ ସିଂହ, ଆଲୋକ ବେହେରା, ମହାଦେବ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe