ପାଇକମାଳ: ଗନ୍ଧମାର୍ଦ୍ଦନ ପର୍ବତକୁ ରାଜ୍ୟ ସରକାର ଜାତୀୟ ସଂପତ୍ତି ଘୋଷଣା କରିବା ସହ ଏହି ପର୍ବତମାଳାରେ ଭବିଷ୍ୟତରେ କୌଣସି ଖଣି ପ୍ରକଳ୍ପ ଖୋଲାଯିବ ନାହିଁ ବୋଲି ବିଧାନସଭାରେ ସଂକଳ୍ପ ପାରିତ କରନ୍ତୁ ବୋଲି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୩୮ତମ ପ୍ରତିଷ୍ଠା ଦିବସରେ ଦାବି କରିଛି। ଆବାହକ ଦୁର୍ଯେ୍ୟଧନ ପୁଟାଙ୍କ ଅଧ୍ୟକ୍ଷତା ଓ ପୂର୍ବତନ ଆବାହକ ରାହାସ ବିହାରୀ ସାହୁଙ୍କ ସଂଯୋଜନାରେ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ବାହାରିଥିଲର। ପରିଷଦର ଯୁଗ୍ମ ଆବାହକ ସୁଶୀଲ ଗୁରୁ, ଗୁପ୍ତେଶ୍ବର କୁଅଁର, ଦିଲ୍ଲିପ ବେହେରା, ଅଭିୟ ତ୍ରିପାଠୀ, ଶତ୍ରୁଘ୍ନ ନାଏକ, ଡୁମ୍ବଧର ବେହେରା, କ୍ଷମାନିଧି ଭୋଇ, ଗଣେଶି ତାଣ୍ତି, ଜଗଦୀଶ ଲୁହାର, ପ୍ରତିମା ବଗାର ଏଥିରେ ସାମିଲ ଥିଲେ। ବିପ୍ର ବିଶି, ମୀନକେତନ ମେରଇ ଧନ୍ୟବାଦ ଦେଇଥିଲେ।
ସେହିପରି କପିଲମୁନି ଆଶ୍ରମଠାରେ ଗନ୍ଧମାର୍ଦ୍ଦନ ଖଣି ଖନନ ବିରୋଧି ସଂଗଠନର କେନ୍ଦ୍ରୀୟ ଆବାହକ ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଛି। ଏଠାରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଆନ୍ଦୋଳନର ତ୍ରୁଟିପୂର୍ଣ୍ଣ ଇତିହାସର ସଂଶୋଧନ ପାଇଁ ଦାବି ହୋଇଛି। ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ବାର୍ଷିକୋତ୍ସବରେ ମଶାଲ ଶୋଭାଯାତ୍ରା ଆୟୋଜନ ହୋଇଥିଲା। ପରେ ଯୁବ ପରିଷଦର କେନ୍ଦ୍ରୀୟ ଆବାହକ ରବିନାରାୟଣ ସାହୁଙ୍କ ସଂଯୋଜନାରେ ସଭା ହୋଇଥିଲା। ଏଥିରେ ସ୍ବାମୀ ସୋମବେଶ ଓ ପୂର୍ବତନ ଆବାହକ ଡ.ଗୌତମ ବିଶ୍ବାଳ ଯୋଗ ଦେଇଥିଲେ। ପ୍ରଶାନ୍ତ ମାଝୀ ଓ ଧବଳେଶ୍ବର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଜନସଭାରେ ଉପଦେଷ୍ଟା ରାଜକୁମାର ସେଠ୍, ମୋହନ ଜଗତ, ବରିଷ୍ଠ ନାଗରିକ କମିଟିର ସଭାପତି ନନ୍ଦଲାଲ ତ୍ରିବେଦିଙ୍କ ସମେତ ବିଭିନ୍ନ ପରିଷଦର ପ୍ରତିନିଧି ଉଦ୍ବୋଧନ ଦେଇଥିଲେ। ପୂର୍ବତନ ଆବାହକ ସରୋଜ ମିର୍ଦ୍ଧା ଧନ୍ୟବାଦ ଦେଇଥିଲେ।
Follow Us