ମତଦାନ କେନ୍ଦ୍ରରେ ଇଭିଏମ୍‌ ସହ ବାଲଟ ପେପର ରଖିବାକୁ ଦାବି

Advertisment

ଇଭିଏମ ମେସିନରେ ମତଦାନ ବଦଳି ଯାଇପାରେ

ଇଭିଏମ ମେସିନରେ ମତଦାନ ବଦଳି ଯାଇପାରେ

ମତଦାନ କେନ୍ଦ୍ରରେ ଇଭିଏମ୍‌ ସହ ବାଲଟ ପେପର ରଖିବାକୁ ଦାବି

ଭୁବନେଶ୍ବର: ପୂର୍ବରୁ ଇଭିଏମ୍‌ରେ ଭୋଟ ଦେଲେ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଭିଭିପିଏଟିରେ ଚିହ୍ନ ଦେଖାଉଥିଲ‌ା। କିନ୍ତୁ ଚଳିତ ବର୍ଷ ଏହାକୁ ୭ ସେକେଣ୍ଡକୁ କମାଇ ଦିଆଯାଇଛି। ଭିଭିପିଏଟିରେ ମତଦାନ ଛପା ହେଲେ ବି ତାହା ସାତ ସେକେଣ୍ଡ ପରେ ଦିଶିବ ନାହିଁ। ସେହିଥିରେ ମତଦାନ ବଦଳିଯିବା ପାଇଁ ବ୍ୟବସ୍ଥା ରହିଛି, ଯାହାକି ଭୋଟଗ୍ରହଣ ବେଳେ ନିର୍ବାଚନ ଅଫିସର ମଧ୍ୟ ଜାଣିବା ସମ୍ଭବପର ନୁହେଁ। ତେଣୁ ମତଦାନ କେନ୍ଦ୍ର‌ରେ ଇଭିଏମ୍‌ ସହ ବାଲାଟ ପେପର ରଖିବାକୁ ଦାବି କରାଯାଇଛି। ଯାହାର ଯେଉଁଥିରେ ଇଚ୍ଛା ସେଥିରେ ସେମାନେ ଭୋଟ ଦେବେ ବୋଲି ଆଜି ଲୋହିଆ ଏକାଡେମିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ‘ରାଇଟ ଟୁ ରିକଲ ପାର୍ଟି’ ପକ୍ଷରୁ କୁହାଯାଇଛି।

କାର୍ଯ୍ୟକ୍ରମ ଅବସରରେ ପାର୍ଟିର ପୱନ କୁମାର ଶର୍ମା ଓ ସୋସାଲିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ସନ୍ଦୀପ ପାଣ୍ଡେ, ଭାରତୀୟ ପ୍ରୌଦ୍ୟୋଗିକ ସଂସ୍ଥାନ (ଦିଲ୍ଲୀ)ର ଇଂଜିନିୟର ରାହୁଲ ଚିମନଭାଇ ମେହେଟାଙ୍କ ଦ୍ୱାରା ପ୍ରସ୍ତୁତ ଇଭିଏମ୍‌ ମେସିନ ପ୍ରଦର୍ଶନ କରି ଦେଖାଇଥିଲେ। ସେଥିରେ ମତଦାନ ବଦଳିଲେ ଭୋଟଗ୍ରହଣ ବେଳେ ନିର୍ବାଚନ ଅଫିସର ମଧ୍ୟ ଜାଣିବା ସମ୍ଭବପର ନୁହେଁ ବୋଲି ସେମାନେ ଦାବି କରିଥିଲେ। ଏହି ମେସିନରେ ଭୋଟ ଚୋରି କରିବା ସମ୍ଭବ ଓ ଗୋଟିଏ ଚିହ୍ନରେ ବଟନ ଦବାଇବା ପରେ ଅନ୍ୟ ଚିହ୍ନକୁ ତାହା ଚାଲିଯାଇପାରେ ବୋଲି ଅଭିଯୋଗ କରିଥିଲେ। ନିର୍ବାଚନ କମିଶନକୁ ପ୍ରଧାନମନ୍ତ୍ରୀଙ୍କ ଇଙ୍ଗିତରେ ପରିଚାଳିତ କରିବା ପାଇଁ ଆଇନରେ ସଂଶୋଧନ କରାଯାଇ କମିଶନ ସଭ୍ୟ ନିଯୁକ୍ତି ପ୍ରକ୍ରିୟାରୁ ପ୍ରଧାନ ବିଚାରପତିଙ୍କୁ ହଟା ଯାଇଛି। ତେଣୁ ଇଭିଏମ୍‌ ବର୍ତ୍ତମାନର ନିର୍ବାଚନ କମିସନ ଦ୍ୱାରା ନିରପେକ୍ଷ ଭାବେ କାମ କରିବା ବିଶ୍ୱାସଯୋଗ୍ୟ ନୁହେଁ। ଏହାର ବିକଳ୍ପ ଏକମାତ୍ର ପୂର୍ବରେ ବ୍ୟବହୃତ ହେଉଥିବା ବ୍ୟାଲେଟ ପେପର। ତାକୁ ଫେରାଇ ଆଣି ଗଣତନ୍ତ୍ରର ସୁରକ୍ଷା କରାଯାଉ ବୋଲି ମେଗାସେସ ପୁରସ୍କାର ପ୍ରାପ୍ତ ସନ୍ଦୀପ ପାଣ୍ଡେ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଲୋକଶକ୍ତି ଅଭିଯାନର ଆବାହକ ପ୍ରଫୁଲ୍ଲ ସାମନ୍ତରା ସୂଚନା ଦେଲେ ଯେ ଏହି ମେସିନର ମୁଖ୍ୟ ଟେକ୍ନୋଲୋଜି ଯୋଗାଉଥିବା ଜାପାନ ସମେତ ଜର୍ମାନୀ, ଆମେରିକା, ଇଂଲଣ୍ଡ ପରି ବିକଶିତ ଦେଶ ଇଭିଏମ୍‌ ଉପରେ ବିଶ୍ୱାସ ନଥିବାରୁ ବ୍ୟବହାର କରିନାହାନ୍ତି। ଭାରତରେ କାହିଁକି ଆମେ ବ୍ୟବହାର କରିବା ? ଆରମ୍ଭରୁ ବିଜେପି ମଧ୍ୟ ଏହାକୁ ବିରୋଧ କରୁଥିଲା। ଗଣତନ୍ତ୍ରରେ ଅବିଶ୍ୱାସନୀୟ ଯନ୍ତ୍ରକୁ ବ୍ୟବହାର କରିବା ଦ୍ୱାରା ନିରପେକ୍ଷ ମତଦାନ ସମ୍ଭବପର ନୁହେଁ। ତେଣୁ ପୁଣି ବାଲାଟ ପେପର ଜରିଆରେ ଭୋଟ ଗ୍ରହଣ କରିବାକୁ ଦାବି କରାଯାଇଛି। ସେଥିପାଇଁ ଭୋଟଦାତାମାନେ ଜାଗ୍ରତ ହେବାକୁ ଉପସ୍ଥିତ ନେତାମାନେ ଆହ୍ବାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe