ଭୀମ ଭୋଇଙ୍କ ଜନ୍ମସ୍ଥାନ ମଧୁପୁର କରିବାକୁ ଦାବି

Advertisment
ଭୀମ ଭୋଇଙ୍କ ଜନ୍ମସ୍ଥାନ ମଧୁପୁର କରିବାକୁ ଦାବି

ସମ୍ବଲପୁର: ଗତ ୩ ଡିସେମ୍ବର ୨୦୨୧ରେ ଭୀମ ଭୋଇ ଜନ୍ମ ପୀଠ ଓ ସ୍ମୃତି ରକ୍ଷା କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏବଂ ପଦ୍ମଶ୍ରୀ  ହଳଧର ନାଗଙ୍କ ସମେତ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧୁପୁର ଗ୍ରାମକୁ ସନ୍ଥକବି ଭୀମ ଭୋଇଙ୍କ ଜନ୍ମ ସ୍ଥାନ ରୂପେ ମାନ୍ୟତା ଦେବା ଏବଂ ଭୀମ ଭୋଇ ତୀର୍ଥ ପରିକ୍ରମା କ୍ଷେତ୍ର ନାମରେ ଏକ ପ୍ରକଳ୍ପ ଜରିଆରେ ସାମୂହିକ ବିକାଶ କରିବାକୁ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କଠାରେ ଦାବି ଜଣାଇଥିଲେ। ରେଢ଼ାଖୋଲଠାରେ ସ୍ଥାପିତ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ପାଖରେ ଥିବା ଫଳକରେ ମଧ୍ୟ ତାଙ୍କ ଜନ୍ମସ୍ଥାନ ମଧୁପୁର ବୋଲି ଉଲ୍ଲେଖ ରହିଛି।

ଏହା ସତ୍ତ୍ବେ ରେଢ଼ାଖୋଲ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବିଶିଷ୍ଟ ନାଗରିକମାନଙ୍କ ମତକୁ ପ୍ରତ୍ୟାଖ୍ୟାନ କରି ନିଜ ଅହଂ ଭାବକୁ ପରିପ୍ରକାଶ କରିବାକୁ ଯାଇ ଲୋକଙ୍କୁ ତଥା ସରକାରଙ୍କୁ ଭୁଲ୍ ତଥ୍ୟଦେବା ଠିକ୍ ନୁହେଁ ବୋଲି ବିଜେପିର ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲ ଏକ ପ୍ରେସ୍ ବିବୃତିରେ କହିଛନ୍ତି। ଅଞ୍ଚଳବାସୀଙ୍କ ଭାବାବେଗ ସହିତ ଏହା ଜଡ଼ିତ।  ମଧୁପୁରୁ ଗ୍ରାମକୁ ସନ୍ଥକବି ଭୀମ ଭୋଇଙ୍କ ଜନ୍ମସ୍ଥାନ ଭାବେ ମାନ୍ୟତା ଦେଇ ଅଞ୍ଚଳର ବିକାଶ କରିବାକୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସଚିବ, ଭାଷା, ସାହିତ୍ୟ,ସଂସ୍କୃତି ବିଭାଗର ନିର୍ଦେଶକଙ୍କୁ ଶ୍ରୀ ଅଗ୍ରୱାଲ ନିବେଦନ କରିଛନ୍ତି। ରେଢାଖୋଲ ବିଧାୟକ ଆଜି ପର୍ଯ୍ୟନ୍ତ ତାଙ୍କ ବିଧାନସଭା କ୍ଷେତ୍ରରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବିଷୟରେ ଅବଗତ ହୋଇ ନାହାନ୍ତି ବୋଧେ ? ସେଥି ପାଇଁ ସନ୍ଥକବିଙ୍କ ଜନ୍ମସ୍ଥାନକୁ ନେଇ ବିଭ୍ରାନ୍ତକର ମନ୍ତବ୍ୟ ଦେଉଛନ୍ତି। କୌଣସି ବିଷୟରେ ସଠିକ୍ ସୂଚନା ନଜାଣି ଅଯଥାରେ ଲୋକଙ୍କୁ ଭ୍ରମିତ୍ କରିବା ଉଚିତ ନୁହେଁ ବୋଲି ଶ୍ରୀ ଅଗ୍ରୱାଲ ଏହି ପ୍ରେସ୍ ବିବୃତିରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe