ସ୍ତ୍ରୀ ମାନ୍ୟତା ଦାବିରେ ଧାରଣା: ସଖୀ ସେଣ୍ଟରକୁ ଗଲେ ଯୁବତୀ

Advertisment
ସ୍ତ୍ରୀ ମାନ୍ୟତା ଦାବିରେ ଧାରଣା: ସଖୀ ସେଣ୍ଟରକୁ ଗଲେ ଯୁବତୀ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବାବରାକୋଟ ଗ୍ରାମରେ ସ୍ତ୍ରୀ ମାନ୍ୟତା ଦାବିରେ ପ୍ରେମିକ ସଞ୍ଜୟ ସାହୁଙ୍କ ଘର ସମ୍ମୁଖରେ ଜଣେ ଯୁବତୀ ଗତ ୫ ତାରିଖରୁ ଧାରଣାରେ ବସି ରହିଥିଲେ। ରବିବାର ପୁଲିସ୍‌ ତାକୁ ବୁଝାସୁଝା କରି ଦେବଗଡ଼ ସ୍ଥିତ ୱାନ ଷ୍ଟେପ୍ ସଖୀ ସେଣ୍ଟରକୁ ନେଇ ରଖିଛି। ଅନ୍ୟପକ୍ଷରେ ପ୍ରେମିକ ସଞ୍ଜୟ ଘଟଣା ଦିନ ଠାରୁ ଫେରାର୍ ଥିବା ବେଳେ ପରିବାର ଲୋକ ମଧ୍ୟ ସଂପୃକ୍ତ ଯୁବତୀଙ୍କୁ ଗ୍ରହଣ କରୁନାହାନ୍ତି। ତେବେ ସଖୀ ସେଣ୍ଟରରେ ରହି ମାମଲା ଲଢ଼ିବି ବୋଲି ପ୍ରକାଶ କରିଛନ୍ତି।

ଶନିବାର ମହିଳା ସଂଘ ସଦସ୍ୟ ସଞ୍ଜୟଙ୍କ ଘର ସମ୍ମୁଖରେ ବୈଠକ କରିବା ସହ ଘଟଣାକୁ ନେଇ ଥାନାରେ ଏତଲା ଦେଇଥିଲେ। ଯୁବତୀ ଜଣକ ଗତ ୬ ଦିନ ହେଲା ସଞ୍ଜୟଙ୍କ ଘର ଆଗରେ ବସି ରହିଥିବା ବେଳେ ତାଙ୍କ ଖାଇବା, ପିଇବାରେ ବହୁ ଅସୁବିଧା ହେଉଥିଲା। ଏନେଇ ମହିଳା ସଂଘ ସଦସ୍ୟ ଥାନାରେ ଜଣାଇବା ପରେ ପୁଲିସ୍ ସଂପୃକ୍ତ ଯୁବତୀଙ୍କୁ ଦେବଗଡ଼ ସ୍ଥିତ ୱାନ ଷ୍ଟେପ୍ ସଖୀ ସେଣ୍ଟରକୁ ନେଇ ରଖିବାର ବ୍ୟବସ୍ଥା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe