କେନ୍ଦ୍ର ସରକାରଙ୍କ ଦୂରନିରନ୍ତର ଶିକ୍ଷାରେ ନାମ ଲେଖାଇବା ପାଇଁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ତୁରନ୍ତ ଅନୁମତି ଦେବାକୁ ଦାବି

Advertisment
ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣପତ୍ର: ସହମତି ଅପେକ୍ଷାରେ ୫ ଉଚ୍ଚ ଶିକ୍ଷାନୁଷ୍ଠାନ

Samaja Live English

ବାରିପଦା : ମୟୂରଭଞ୍ଜ ଏବଂ କେନ୍ଦୁଝର ଭଳି ଦୁଇଟି ଆଦିବାସୀ ବହୁଳ ଜିଲ୍ଲାରେ ଉଚ୍ଚଶିକ୍ଷାର ପ୍ରସାର ନିମନ୍ତେ ୧୯୯୮ ମସିହାରେ ସ୍ଥାପିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଦୂରନିରନ୍ତର ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ। ଏହି ବିଶ୍ୱବିଦ୍ୟାଳୟରେ ନିୟମିତ ଏବଂ ଦୂରନିରନ୍ତର ପିଜି ସହିତ ଏମବିଏ, ଏମସିଏ, ଏମଏସଡବ୍ଲ୍ୟୁ ଏବଂ ଅନ୍ୟାନ୍ୟ ବିଷୟରେ ଶିକ୍ଷାଦାନ କରାଯାଉଛି । ସେହିପରି ଦୂରନିରନ୍ତର ଶିକ୍ଷା ମାଧ୍ୟମରେ ଏମବିଏ, ଏମସିଏ, ଏମଏସଡବ୍ଲ୍ୟୁ ସହିତ ବିଭିନ୍ନ ପିଜି ବିଷୟରେ ଶିକ୍ଷାଦାନ କରାଯାଉଥିଲା । ଗତ ବର୍ଷ କେନ୍ଦ୍ରସରକାରଙ୍କର ନିର୍ଦ୍ଦେଶ ମୁତାବକ ବିଶ୍ୱବିଦ୍ୟାଳୟ ଦୂରନିରନ୍ତର ମାଧ୍ୟମରେ ଶିକ୍ଷାଦାନ କରାଯାଉଥିବା ପ୍ରତ୍ୟେକ ବିଷୟରେ ଅଧ୍ୟାପକ ନିଯୁକ୍ତି କରିବା ସହିତ ପାଠ୍ୟଉପକରଣ ମୁଦ୍ରଣ କରି ପ୍ରସ୍ତୁତ କରିସାରିଛନ୍ତି । କୋଭିଡ କଟକଣା ଯୋଗୁଁ ନିୟମିତ କ୍ଲାସ ହୋଇପାରୁ ନଥିବାରୁ ପ୍ରାୟ ଛାତ୍ରଛାତ୍ରୀ ଦୂରନିରନ୍ତର ଶିକ୍ଷାରେ ନାମ ଲେଖାଇବା ପାଇଁ ଚାହୁଁଛନ୍ତି । ଏପରି ବ୍ୟବସ୍ଥା ଭିତରେ ବିଶ୍ୱବିଦ୍ୟାଳୟ ଆୟୋଗ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଦୂରନିରନ୍ତର ଶିକ୍ଷାରେ ନାମ ଲେଖା ପାଇଁ ଅନୁମତି ନ ଦେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ବାରିପଦା ପୂର୍ବତନ ବିଧାୟକ ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ସିନେଟ ଏବଂ ସିଣ୍ଡିକେଟ ସଦସ୍ୟ କିଶୋର ଦାଶ ପ୍ରକାଶ କରିଛନ୍ତି । କୋଭିଡ୍ କଟକଣା ଦୃଷ୍ଟିରୁ ଆଦିବାସୀମାନଙ୍କର ଶିକ୍ଷାର ପ୍ରସାର ନିମନ୍ତେ ବିଶ୍ୱବିଦ୍ୟାଳୟର ଦୂରନିରନ୍ତର ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାଛଡା ବିଶ୍ୱବିଦ୍ୟାଳୟ ପାଠ୍ୟ ଉପକରଣ ମୁଦ୍ରଣ କରିବା ସହିତ ଅଧ୍ୟାପକ ମଧ୍ୟ ନିଯୁକ୍ତି କରିସାରିଥିବାରୁ ବିଶ୍ୱବିଦ୍ୟାଳୟ ଆୟୋଗ ତୁରନ୍ତ ଅନୁମତି ପ୍ରଦାନ କରିବାକୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ସିନେଟ ଏବଂ ଏକାଡେମିକ କାଉନସିଲ ସଦସ୍ୟ ପ୍ରଦୀପ କୁମାର ନାୟକ ଦାବି କରିଛନ୍ତି । ଓଡ଼ିଶାର ସାଂସଦମାନେ ଏହି ପ୍ରସଙ୍ଗକୁ ନେଇ ସଂସଦର ଉପସ୍ଥାପନ କରିବାକୁ ପୂର୍ବତନ ବିଧାୟକ କିଶୋର ଦାଶ, ପୂର୍ବତନ ସିନେଟ ଏବଂ ଏକାଡେମିକ କାଉନସିଲ ସଦସ୍ୟ ପ୍ରଦୀପ ନାୟକ ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe