ଓଏଏସ୍‌ ଅନିଶା ଦାସଙ୍କ ଗିରଫ ଦାବି ଜୋର୍‌ ଧରିଲା : ୩ ବିଧାୟକଙ୍କ ସହ ଧାରଣାରେ ବସିଲେ ସାଂସଦ

Advertisment

୨୪ ଘଣ୍ଟା ଭିତରେ ଗିରଫ ନ ହେଲେ ତେଜିବ ଆନ୍ଦୋଳନ

୨୪ ଘଣ୍ଟା ଭିତରେ ଗିରଫ ନ ହେଲେ ତେଜିବ ଆନ୍ଦୋଳନ

ଓଏଏସ୍‌ ଅନିଶା ଦାସଙ୍କ ଗିରଫ ଦାବି ଜୋର୍‌ ଧରିଲା : ୩ ବିଧାୟକଙ୍କ ସହ ଧାରଣାରେ ବସିଲେ ସାଂସଦ

ବାରିପଦା/ବେତନଟୀ/ବୈଶିଙ୍ଗା : ଓଏଏସ୍‌ ଅଧିକାରୀ ଅନିଶା ଦାସଙ୍କ ଗିରଫ ଦାବିରେ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବୈଶିଙ୍ଗା ଥାନା ସମ୍ମୁଖରେ ବିଜପେିର ଧାରଣା ଦ୍ବିତୀୟ ଦିନରେ ପହଞ୍ଚିଛି। ଗତକାଲି ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନଙ୍କ ସହ ଦଳର ୩ ଜଣ ବିଧାୟକ ସନାତନ ବିଜୁଳି, ପ୍ରକାଶ ସୋରେନ ଓ ଡ.ବୁଡ଼ାନ ମୁର୍ମୁ ଧାରଣାରେ ବସିଥିଲାବେଳେ ଆଜି ଏଥିରେ ସାମିଲ ହୋଇଛନ୍ତି ଲୋକସଭା ସାଂସଦ ଇଂ.ବିଶେଶ୍ବର ଟୁଡ଼ୁ।

ଲଘୁ ଖଣି ମାଫିଆଙ୍କ ସହ ସମ୍ପୃକ୍ତି, ବଟି ଆଦାୟ ଭଳି ସଙ୍ଗିନ ମାମଲାରେ ଛନ୍ଦି ହୋଇ ବେତନଟୀ ତହସିଲରୁ କଳାହାଣ୍ଡି ଡେପୁଟି କଲେକ୍ଟର ଭାବେ ବଦଳି ହୋଇଥିଲେ ଅନିଶା ଦାସ। ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ‌ତେବେ, ତାଙ୍କ ଗିରଫ ଦାବିରେ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି। ତତ୍କାଳୀନ ତହସିଲଦାରଙ୍କ ବିରୋଧରେ ଏକାଧିକ ପ୍ରମାଣ ଥିବା ସତ୍ତ୍ବେ ପୁଲିସ କାହିଁକି କୋହଳ ମନୋଭାବ ପୋଷଣ କରୁଛି ବୋଲି ସାଂସଦ ଶ୍ରୀ ଟୁଡ଼ୁ ପ୍ରଶ୍ନ କରିଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବତନ ତହସିଲଦାର ଅନିଶା ଦାସଙ୍କୁ ଗିରଫ କରାନଗଲେ ଆନ୍ଦୋଳନକୁ ଜିଲ୍ଲାବ୍ୟାପୀ ତୀବ୍ର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏଥିସହ ଜିଲ୍ଲାରୁ କେତେ ଲଘୁ ଖଣିଜ ବେଆଇନ ଭାବେ ଉତ୍ତୋଳନ ହୋଇଛି, ତାର ଆକଳନ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ରାଜସ୍ବ ବିଭାଗ ତୁରନ୍ତ ରିପୋର୍ଟ ଦେବାକୁ ସେ ଦାବି କରିଛନ୍ତି।

ଗତକାଲି ଭଳି ଆଜି ମଧ୍ୟ ବେତନଟୀ ଏସ୍‌ଡିପିଓ ଲଳିତ କୁମାର ପଟ୍ଟନାୟକ, ଭାରପ୍ରାପ୍ତ ତହସିଲଦାର ନମିତା ଧଳ, ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ ଧାରଣାରତ ନେତୃବୃନ୍ଦଙ୍କୁ ବୁଝାସୁଝା କରିଥିଲେ। ହେଲେ ଗିରଫଦାରୀ ସହ ଅନ୍ୟାନ୍ୟ ଦୁର୍ନୀତିର ତଦନ୍ତ, ଏହି ମାମଲାରେ ସମ୍ପୃକ୍ତ ଦଲାଲ ଓ ମଧ୍ୟସ୍ଥିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବାଯାଏ ଧାରଣା ଜାରି ରହିବ ବୋଲି କହିଥିଲେ ଧାରଣାରତ ବିଧାୟକ ଓ ସାଂସଦ। ସେମାନଙ୍କ ସହିତ ବ୍ରଜମୋହନ ବେହେରା, ବ୍ଲକ୍‌ ଅଧ୍ୟକ୍ଷ କାଳିଚରଣ ସୋରେନ ମଧ୍ୟ ଧାରଣାରେ ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe