ବଙ୍ଗୋମୁଣ୍ତା: ବଙ୍ଗୋମୁଣ୍ତା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଠେମରା ପଞ୍ଚାୟତର ଭୋଟ ପୁନଃଗଣତି ଦାବିରେ ଆନ୍ଦୋଳନ ୧୦ ଦିନ ହେଲା ଚାଲିଥିଲା। ଏପରିକି କାର୍ଯ୍ୟାଳୟରେ ଆନ୍ଦୋଳନକାରୀମାନେ ତାଲା ପକାଇ ଦେଇଥିଲେ। ବୁଧବାର ମାଜିଷ୍ଟ୍ରେଟ ଭାବେ ତହସିଲଦାର ପ୍ରେମଲାଲ ହିଆଲ ବ୍ଲକ୍କୁ ପହଞ୍ଚି ତାଲା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ।
ବଙ୍ଗୋମୁଣ୍ତା ଆଇଆଇସି ସୁଶାନ୍ତ ପ୍ରଧାନ ପୁଲିସ ଫୋର୍ସ ସହ ଉପସ୍ଥିତ ରହି ତାଲା ଭାଙ୍ଗିବା ସହ ବ୍ଲକ୍ କର୍ମଚାରୀଙ୍କୁ କାର୍ଯ୍ୟାଳୟ ଭିତରକୁ ଛାଡ଼ିଥିଲେ। ଏହା ପରେ କିଛି ମହିଳା ଓ ପୁରୁଷ ବ୍ଲକ୍ କାର୍ଯ୍ୟାଳୟକୁ ପଶିବାକୁ ଚେଷ୍ଟା କରିଥିଲେ ବି ପୁଲିସ ସେମାନଙ୍କୁ ବାଧା ଦେଇଥିଲା। ଏଣୁ ଏଣିକି କାର୍ଯ୍ୟାଳୟ ସ୍ବାଭିବକ ଚାଲିବ, ଆଇନ ଅମାନ୍ୟ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମାଜିଷ୍ଟ୍ରେଟ ଶ୍ରୀ ହିଆଲ କହିଛନ୍ତି।
Follow Us