ବିଧାୟକ ପାଣ୍ଠିର ମାର୍ଗଦର୍ଶିକାରେ ସଂଶୋଧନ ଦାବି: ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

Advertisment
୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

The Economic Times

ଭୁବନେଶ୍ୱର : କୋଭିଡ୍ ପରିଚାଳନା ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଦିଗରେ ବିଧାୟକ ପାଣ୍ଠି(ଏମ୍‌ଏଲ୍‌ଏ ଲ୍ୟାଡ୍ ଫଣ୍ଡ୍‌)କୁ ଖର୍ଚ୍ଚ କରିବା ନିମନ୍ତେ ରାଜ୍ୟ ସରକାର ଆଣିଥିବା ମାର୍ଗଦର୍ଶିକାରେ ସଂଶୋଧନ ପାଇଁ ବିଜେପି ବିଧାୟକମାନେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ସେମାନେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ବିଧାୟକମାନେ ଦର୍ଶାଇଛନ୍ତି ଯେ କୋଭିଡ୍ ମୁକାବିଲା ପାଇଁ ଓଡିଶାବାସୀଙ୍କୁ ମାସ୍କ ବଣ୍ଟନ ନିମନ୍ତେ ପ୍ରତି ନିର୍ବାଚନମଣ୍ଡଳୀରେ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଟଙ୍କା ଖର୍ଚ୍ଚ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ମାସ୍କ ନୁହେଁ, ବିଧାୟକ ପାଣ୍ଠିରୁ ରାଜ୍ୟର ସମସ୍ତ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ଓ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ରୋଗୀଙ୍କ ପାଇଁ ସଙ୍ଗରୋଧ କକ୍ଷ, ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ କେୟାର ରୁମ୍‌, ଅକ୍ସିଜେନ ଓ ଭେଣ୍ଟିଲେଟର୍‌ ସଂଯୁକ୍ତ ଶଯ୍ୟା, ଅକ୍ସିଜେନ ଓ ଭେଣ୍ଟିଲେଟର ସଂଯୁକ୍ତ ଅତ୍ୟାଧୁନିକ ଆମ୍ବୁଲାନ୍ସ, କୋଭିଡ୍ ପରୀକ୍ଷା ଓ ଚିକିତ୍ସା ପାଇଁ ଆବଶ୍ୟକ ମେଡିକାଲ ଯନ୍ତ୍ରପାତି ଓ କିଟ୍‌, ଉପଖଣ୍ଡସ୍ତରୀୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅକ୍ସିଜେନ୍ ପ୍ଲାଣ୍ଟର ନିର୍ମାଣ କରିବା ପାଇଁ ବ୍ୟବସ୍ଥା କରାଯାଉ। ଏସବୁକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ମାର୍ଗଦର୍ଶିକାରେ ଆବଶ୍ୟକ ସଂଶୋଧନ କରାଯାଉ। କୋଭିଡ୍ ମହାମାରୀ କବଳରୁ ଓଡ଼ିଶାବାସୀଙ୍କୁ ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ସହ ମିଳିତ ଉଦ୍ୟମ କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। କୋଭିଡ୍‌ ସଂକ୍ରମଣର ଦ୍ବିତୀୟ ଲହର ପରେ ତୃତୀୟ ଲହରର ଆଶଙ୍କାକୁ ସରକାର ଆକଳନ କରିଛନ୍ତି, ଯେଉଁଥିରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି। ରାଜ୍ୟର ସମସ୍ତ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିକୁ ବର୍ତମାନ ସୁଦ୍ଧା ଦୃଢ଼ୀଭୂତ କରାଯାଇପାରି ନାହିଁ। ଏହାକୁ ଦୃଷ୍ଟିରେ ରଖି ବିଧାୟକ ପାଣ୍ଠି ମାର୍ଗଦର୍ଶିକାରେ ସଂଶୋଧନ ନିହାତି ଆବଶ୍ୟକ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି। ବିଧାୟକ ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁବାସ ପାଣିଗ୍ରାହୀ, କୁସୁମ ଟେଟେ, ଶଙ୍କର ଓରାମ, ଭବାନୀ ଭୋଇ, ବୁଧାନ ମୁର୍ମୁ, ନବ ଚରଣ ମାଝୀ ଓ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଏହି ପତ୍ର ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe