ଅଧିକାରୀ, କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା ପାଇଁ ଉଠିଲା ଦାବି, ଜିଲ୍ଲାପାଳ ଓ ମୁଖ୍ୟ ପ୍ରଶାସକଙ୍କର ବି ହେଉ

Advertisment
ଭାରତରେ ବ୍ରିଟେନ ଷ୍ଟେନ କରୋନା ଆକ୍ରାନ୍ତ ସଂଖ୍ୟା ୭୩କୁ ବୃଦ୍ଧି

REUTERS/Carl Recine

ପୁରୀ : କରୋନା ସଂକ୍ରମଣକୁ ଦୃଷ୍ଟି‌ରେ ରଖି ଏବେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଏପରିକି ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାକୁ କରୋନା ସଂକ୍ରମଣ ମୁକ୍ତ ରଖିବାକୁ ପ୍ରଶାସନ ଉଦ୍ୟମ କରିଛି। ଏଥର ରଥଖଳାରେ କାମ କରୁଥିବ‌ା ସମସ୍ତ ମହାରଣା ସେବକଙ୍କ କୋଭିଡ ପରୀକ୍ଷା କରାଯାଇଛି। ଆସନ୍ତାକାଲି ଠାରୁ ସ୍ନାନଯାତ୍ରା ସହିତ ସମ୍ପୃକ୍ତ ‌ସମସ୍ତ ସେବକ ( ପାଖାପାଖି ୫୦୦)ଙ୍କ କୋଭିଡ ପରୀକ୍ଷା ହେବ। ଏହି ପ୍ରସଙ୍ଗ‌ରେ ଶ୍ରୀମନ୍ଦିର ସେବା ସହିତ ସମ୍ପୃକ୍ତ ଅନ୍ୟ ସେବକମାନେ ଆପତ୍ତି ଉଠାଇଛନ୍ତି। ପ୍ରଶାସନର ଏଭଳି ପକ୍ଷପାତକୁ ସମାଲୋଚନା କରାଯାଇଛି। ସେବକମାନଙ୍କ ପରୀକ୍ଷା ଯୁକ୍ତିଯୁକ୍ତ। ମାତ୍ର ସମାନ ଭାବେ ଶ୍ରୀମନ୍ଦିରରେ କାମ କରୁଥିବା ମନ୍ଦିର ପ୍ରଶାସନର କର୍ମଚାରୀ, ଜେଟିପି, ପୁଲିସ, କର୍ମଚାରୀ, ଏଏସଆଇ ଅଧିକାରୀଙ୍କ ସହ ମନ୍ଦିର ଭିତରେ ଝାଡ଼ୁ ମାରୁଥିବା ସେବକଙ୍କ ମଧ୍ୟ କୋଭିଡ ପରୀକ୍ଷା କରିବାକୁ ସେବକମାନେ ଆଜି ଲିଖିତଭାବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାବି କରିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ତଥା ମୁଖ୍ୟ ପ୍ରଶାସକ. ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ କୋଭିଡ ‌ପରୀକ୍ଷା ହୋଇଛି କି ବୋଲି ମଧ୍ୟ କିଛି ସେବକ ପ୍ରଶ୍ନ କରିଛନ୍ତି। ଏହି ଦୃଷ୍ଟିରୁ ପ୍ରଶାସନ କେବଳ ୫୦୦ ସେବକଙ୍କ କୋଭିଡ ପରୀକ୍ଷା ନ କରି ଶ୍ରୀମନ୍ଦିର ସେବା ସହିତ ଜଡ଼ିତ ସମସ୍ତ ସେବକଙ୍କ କୋଭିଡ ପରୀକ୍ଷା କରାଇବାକୁ ସେବକମାନେ ଦାବି ଜଣାଇଛନ୍ତି। ଯେଉଁ ସେବକ ଶ୍ରୀମନ୍ଦିରରେ ପ୍ରବେଶ ଚାହୁଁଛନ୍ତି ସମସ୍ତଙ୍କର କୋଭିଡ ପରୀକ୍ଷା କରିବାକୁ ଦାବି ଉଠିଛି। ସ୍ନାନପୂର୍ଣ୍ଣିମା ଦିନ ସ୍ନାନମଣ୍ଡପକୁ ଆସିବାକୁ ଥିବା ସମସ୍ତ ସେବକ (ଛୋଟରୁ ବଡ)ଙ୍କ କୋଭିଡ ପରୀକ୍ଷାକୁ ନିଶ୍ଚିତ କରିବା ସହ କୋଭିଡ ପରୀକ୍ଷା ପ୍ରମାଣପତ୍ର ନଥିବା କୌଣସି ଅଧିକାରୀଙ୍କୁ ମନ୍ଦିର ପ୍ରବେଶ ଅନୁମତି ନ ଦେବାକୁ ନିୟମ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe