ମୁଖମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ନେଇ ସ୍ପଷ୍ଟୀକରଣ ଦାବି

Advertisment
ମୁଖମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ନେଇ ସ୍ପଷ୍ଟୀକରଣ ଦାବି

Dailyhunt

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ୟାଞ୍ଚଳ ଗସ୍ତକୁ ନେଇ ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସିଏମ୍‌ଓ ପକ୍ଷରୁ ସ୍ପଷ୍ଟୀକରଣ ଦାବି କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ଅଗଷ୍ଟ ୩୧ ତାରିଖରେ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ନେଇ ଗଣମାଧ୍ୟମରେ ଭିଡିଓ ଏବଂ ପ୍ରେସ୍‌ ବାର୍ତ୍ତା ଜାରି ହୋଇଥିଲା। ଏ ସମ୍ପର୍କରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ତଥ୍ୟ ମଗାଯାଇଥିଲା।

ଓଡ଼ିଶା ସରକାରଙ୍କ ହେଲିକପ୍ଟର୍‌ ୧୯ ମିନିଟ୍‌ ଉଡ଼ାଣ କରିଥିବା ନେଇ ସୂଚନା ଅଧିକାର ବଳରେ ତଥ୍ୟ ପ୍ରଦାନ କରାଯାଇଥିଲା। ହେଲିକପ୍ଟର୍‌ ଉଡ଼ାଣକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାର ଅଭିଯାନ ପକ୍ଷରୁ କେତେକ ପ୍ରଶ୍ନ ପଚରା ଯାଇଥିଲା। ମୁଖ୍ୟମନ୍ତ୍ରୀ ୧୯ ମିନିଟ ମଧ୍ୟରେ କେଉଁ ଅଞ୍ଚଳ ପରିଦର୍ଶନ କରିଥିଲେ? ମୁଖ୍ୟମନ୍ତ୍ରୀଙ୍କ ସହ ହେଲିକପ୍ଟର୍‌ରେ କେଉଁ ଅଫିସର୍‌ ଗସ୍ତ କରିଥିଲେ? ମୁଖ୍ୟମନ୍ତ୍ରୀଙ୍କ ସହ କେଉଁ ଡାକ୍ତର ଯାଇଥିଲେ? ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍‌ ଗସ୍ତର ଭିଡିଓ ପ୍ରଦାନ ସହ ସିଏମ୍ଓ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ପାଇଁ ଶ୍ରୀ ପ୍ରଧାନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe