ଝରାଗୋଗୁଆଠାରେ ନିର୍ମିତ ଟାୱାର ତୁରନ୍ତ କାର୍ଯ୍ୟକ୍ଷମ ଦାବି, ୫ ପଞ୍ଚାୟତର ଆନ୍ଦୋଳନ ସଜବାଜ

Advertisment
ଝରାଗୋଗୁଆଠାରେ ନିର୍ମିତ ଟାୱାର ତୁରନ୍ତ କାର୍ଯ୍ୟକ୍ଷମ ଦାବି, ୫ ପଞ୍ଚାୟତର ଆନ୍ଦୋଳନ ସଜବାଜ

ଦେବଗଡ଼: ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ। ଏହି ଦାବିରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି, ଝାରମୁଣ୍ଡା ପଞ୍ଚାୟତବାସୀ ପଞ୍ଚାୟତ ନିର୍ବାଚନ ଭୋଟ ‌ବର୍ଜନ ନିଷ୍ପତ୍ତି ନେଇଥିଲେ। ଫଳରେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ବି କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିପାରି ନଥିଲେ। ଏହି ଅଞ୍ଚଳରେ ମୋବାଇଲ ନେଟ୍‌ୱାର୍କ ଆସୁ ନଥିବାରୁ ଲୋକେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ କରୋନା କାଳରେ ଅନଲାଇନ ଶିକ୍ଷା ଏକ ମାତ୍ର ବିକଳ୍ପ। ମାତ୍ର ନେଟ୍‌ୱର୍କ ସମସ୍ୟା ଯୋଗୁଁ ଏହି ଅଞ୍ଚଳରେ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି।

ରାଜ୍ୟ ସରକାର ୫ ପଞ୍ଚାୟତବାସୀଙ୍କ ଦୁଃଖ ବୁଝିବା ସହିତ ଟାୱାର ନିର୍ମାଣ ନେଇ ତତ୍ପରତା ପ୍ରକାଶ କରିଥିଲେ। ସରକାର ଏ ବାବଦରେ ଏକ ଘରୋଇ ଟେଲିକମ୍ ସଂସ୍ଥା ସହିତ ଆଲୋଚନା ମଧ୍ୟ କରିଥିଲେ। ଝରାଗୋଗୁଆ ଗ୍ରାମରେ ମୋବାଇଲ ଟାୱାର ନିର୍ମାଣ କରିବା ପାଇଁ  ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନ ନିରୂପଣ କରାଯିବା ସହିତ ମୋବାଇଲ ଟାୱାର ପାଇଁ ଗାତ ଖୋଳା ଆରମ୍ଭ କରାଯାଇଥିଲା। ଏହାପରେ ପ୍ରାର୍ଥୀ ନଥିବା ଆସନ ପାଇଁ  ନାମାଙ୍କନ ଦାଖଲ ନିମନ୍ତେ ନିର୍ବାଚନ କମିସନର୍‌ ସାନି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟାରେ ଉକ୍ତ ୫ ପଞ୍ଚାୟତରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବା‌ ସହିତ ନିର୍ବାଚନରେ ସାମିଲ ହୋଇଥିଲେ।

ତେବେ ଝରାଗ‌ୋଗୁଆ ଗ୍ରାମରେ ଇତିମଧ୍ୟରେ ଟାୱାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ମାତ୍ର କାର୍ଯ୍ୟକ୍ଷମ ହୋଇ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଆଜି ଝରାଗ‌ୋଗୁଆ ଗ୍ରାମର ବଜାର ପ୍ରାଙ୍ଗଣରେ ନିକଟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ସହିତ ଉକ୍ତ ବୈଠକରେ ମୋବାଇଲ ନେଟ୍‌ୱର୍କ ସଂଯୋଗ ଦାବି କରାଯିବ ସହିତ  ଜିଲ୍ଲାପାଳଙ୍କୁ ପତ୍ର ପ୍ରଦାନ କରାଯିବ। ଦାବିପତ୍ର ପ୍ରଦାନ କରିବା ପରେ ଯଦି ଟାୱାର କାର୍ଯ୍ୟକ୍ଷମ ନ ହୁଏ ଅଂଚଳବାସୀ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରିବେ ବୋ‌ଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe