ଭୁବନେଶ୍ବରରେ ‌ଏଲ୍‌ଆଇସିର ଜୋନାଲ୍‌ ଅଫିସ୍‌ ଖୋଲିବାକୁ ଦାବି

Advertisment

ଉତ୍ତର ଓଡ଼ିଶାରେ ଡିଭିଜ୍‌ନାଲ ଅଫିସ୍‌ ପାଇଁ ଦାବି

ଉତ୍ତର ଓଡ଼ିଶାରେ ଡିଭିଜ୍‌ନାଲ ଅଫିସ୍‌ ପାଇଁ ଦାବି

ନୂଆ ପ୍ରିମିୟମ୍‌ରେ ଏଲ୍‌ଆଇସିର ରେକର୍ଡ

Wikipedia

ଭୁବନେଶ୍ବର : ଭୁବନେଶ୍ବରରେ ଏଲ୍‌ଆଇସିର ଜୋନାଲ୍‌ ଅଫିସ୍‌ ଓ ବାଲେଶ୍ବରରେ ଉତ୍ତର ଓଡ଼ିଶା ଡିଭିଜ୍‌ନାଲ୍‌ ଅଫିସ୍‌ ଖୋଲିବା ପାଇଁ ଦାବି ଉଠିଛି। ‘ଜଏଣ୍ଟ୍‌ ୱାର୍କିଂ କମିଟି ଫର୍ ଡେଭଲପ୍‌ମେଣ୍ଟ୍‌ ଅଫ୍ ଏଲ୍‌ଆଇସି ଇନ୍ ନର୍ଥ ଓଡ଼ିଶା’ ପକ୍ଷରୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି, ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ରାଜ୍ୟରେ ମାତ୍ର ୨୮ ପ୍ରତିଶତରୁ କମ୍ ଲୋକ ଜୀବନ ବୀମା ସୁବିଧା ପାଉଛନ୍ତି। ଏଲ୍‌ଆଇସିର ଜାତୀୟକରଣ ହେବାର ୬୩ ବର୍ଷ ହୋଇଥିଲେ ବି ଓଡ଼ିଶାରେ ଜୋନାଲ୍‌ ଅଫିସ୍ ନ ଥିବାରୁ ଅଧିକ ଲୋକଙ୍କ ପାଖରେ ଏହାର ସୁବିଧା ପହଞ୍ଚି ପାରୁନି।

କମିଟି ପକ୍ଷରୁ ଯୁକ୍ତି ଦର୍ଶାଯାଇଛି, ବର୍ତ୍ତମାନ ଏଲ୍‌ଆଇସିର ଜୋନାଲ୍‌ ଅଫିସ୍‌ ପାଟନାରେ ରହିଛି। ଭୁବନେଶ୍ବର-ପାଟନା ମଧ୍ୟରେ ଯାତାୟତ ପାଇଁ ଦୈନିକ ଟ୍ରେନ୍, ବିମାନ ସୁବିଧା ନାହିଁ। ଓଡ଼ିଶାର କୋରାପୁଟରେ ଏଲ୍‌ଆଇସିର ଶାଖା ଥିଲା ବେଳେ ଏଠାରୁ ପାଟନାର ଦୂରତା ଏକ ହଜାର କିଲୋମିଟର। କେବଳ ବୀମାଧାରୀ ନୁହେଁ, ଏଜେଣ୍ଟ୍‌, କର୍ମଚାରୀ, ଅଂଶୀଦାରମାନେ ବହୁ ସମସ୍ୟାର ସାମ୍ନା କରୁଛନ୍ତି। ଆବଶ୍ୟକ ସ୍ଥଳେ ଜୋନାଲ୍‌ ଅଫିସ୍‌କୁ ଯିବା କଷ୍ଟକର ବ୍ୟାପାର ହୋଇପଡ଼ୁଛି। ଏଲ୍‌ଆଇସିର ବର୍ତ୍ତମାନର ନିୟମ ଅନୁଯାୟୀ ୩୦ ଲକ୍ଷ ବୀମାଧାରୀ ଥିଲେ ଜୋନାଲ୍‌ ଅଫିସ୍‌(ଟାୟାର-୨) ଖୋଲାଯାଇପାରିବ। ଓଡ଼ିଶା ଏଥି ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। ସେହିପରି ଉତ୍ତର ଓଡ଼ିଶା ପାଇଁ ବାଲେଶ୍ବରରେ ଡିଭିଜ୍‌ନାଲ୍‌ ଅଫିସ୍‌ ଖୋଲିବାକୁ ମଧ୍ୟ ସମସ୍ତ ପ୍ରକାର ଯୋଗ୍ୟତା ରହିଛି। ଆହୁରି ମଧ୍ୟ ସମସ୍ତ ଜାତୀୟ ସ୍ତରର ଆର୍ଥିକ ପ୍ରତିଷ୍ଠାନର ଜୋନାଲ୍‌ ଅଫିସ୍‌ ଭୁବନେଶ୍ବରରେ ଖୋଲିସାରିଛି। ଏଲ୍‌ଆଇସି ଓଡ଼ିଶାରୁ କୋଟି କୋଟି ଟଙ୍କାର ରାଜସ୍ବ ପାଉଥିଲେ ବି ଏଠାରେ ଜୋନାଲ୍‌ ଅଫିସ୍ ନ ଥିବାରୁ ସିଏସ୍‌ଆର୍‌ କାର୍ଯ୍ୟ ହୋଇପାରୁ ନାହିଁ। ତେଣୁ ଉଭୟ ଦାବି ସମ୍ପର୍କରେ ରାଜ୍ୟ ସରକାର ସକରାତ୍ମକ ଭାବେ ବିଚାର କରି କେନ୍ଦ୍ର ସରକାର ଓ ଏଲ୍‌ଆଇସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ କମିଟି ଦାବି କରିଛି। କମିଟି ପକ୍ଷରୁ ଅଧ୍ୟକ୍ଷ ଶ୍ୟାମସୁନ୍ଦର ଜେନା, ଯୁଗ୍ମ ସମ୍ପାଦକ ଉମେଶ ମହାନ୍ତି ଓ ସଂଯୋଜକ କୃଷ୍ଣ ବାରିକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe