ତେଜିଲା ସ୍ବତନ୍ତ୍ର ଦଣ୍ଡକାରଣ୍ୟ ରାଜ୍ୟ ଗଠନ ଦାବି

Advertisment
ତେଜିଲା ସ୍ବତନ୍ତ୍ର ଦଣ୍ଡକାରଣ୍ୟ ରାଜ୍ୟ ଗଠନ ଦାବି

ଆଦିବାସୀ ପ୍ରସଙ୍ଗରେ ତିନି ରାଜ୍ୟର ନେତା ଏକାଠି
ପୂର୍ବତନ କେନ୍ଦ୍ରମନ୍ତ୍ରୀ ସାମିଲ ହେଲେ
ନିଜକୁ ନିଜେ ଶାସନ କରିବାର ପ୍ରତିଶ୍ରୁତି

କୋରାପୁଟ : ଆଦିବାସୀଙ୍କ କଥା କହି, ଆଦିବାସୀଙ୍କ ବିକାଶକୁ ବାଧାପ୍ରାପ୍ତ କରାଯାଇଛି। ଭାଗ ଭାଗ କରି ରକ୍ତପାତ କରାଇବାକୁ ବି ପଛାଉ ନାହାନ୍ତି। ଆଉ ବରଦାସ୍ତ କରିବୁ ନାହିଁ। କାହା କଥାରେ ପରିଚାଳିତ ହେବୁନି କିମ୍ବା ଆମ କାନ୍ଧରେ ବନ୍ଧୁକ ରଖି ଆଉ କେହି ଗୁଳି ଫୁଟାଇ ପାରିବେନି। ଆମେ ଆମର ପାଳନକର୍ତ୍ତା ଓ ଶାସକ ହେବୁ। ସ୍ବତନ୍ତ୍ର ଦଣ୍ଡକାରଣ୍ୟ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଗଠନ ଦାବିନେଇ ଏମିତି ମତ ରଖିଛନ୍ତି ଓଡ଼ିଶା ସମେତ ଆନ୍ଧ୍ର ଏବଂ ଛତିଶଗଡ଼ର ରାଜ‌ନେତା ତଥା ଆଦିବାସୀ ନେତା।

ଉପରୋକ୍ତ ଦାବି ନେଇ ରବିବାର ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦର ପ୍ରଥମ ସାଧାରଣ ବୈଠକ କୋରାପୁଟ ଟାଉନ୍‌ ହଲ୍‌ରେ ବସିଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ନେତମ କହିଥିଲେ ଯେ, ଦୀର୍ଘବର୍ଷର ରାଜନୈତିକ ଜୀବନରେ ଦଳ ପାଇଁ କାମ କରିବା ସତ୍ତ୍ବେ କିଛି ଲାଭ ପାଇଲେ ନାହିଁ। ଏବେ ଦଣ୍ଡାକାରଣ୍ୟ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଦାବିକୁ ଜୋର୍‌ଦାର୍‌ କରିବୁ। ଏଥିରେ ଆଦିବାସୀ ହିଁ ନିଜକୁ ନିଜେ ଶାସନ କରିବେ।

ଆର୍‌କୁ ଭ୍ୟାଲିର ପୂର୍ବତନ ବିଧାୟକ ଗଙ୍ଗାଧର ସ୍ବାମୀସେଟ୍ଟୀ କହିଥିଲେ ଯେ, କୋରାପୁଟରେ ଲାଗିଥିବା ନିଆଁ ୩ରାଜ୍ୟରେ ରହୁଥିବା ଆଦିବାସୀଙ୍କ ହୃଦୟରେ ଜଳିବ। ଦାବି ପୂରଣ ହେଲେ ଯାଇ ଚୁପ ବସିବୁ ବୋଲି କହିଥିଲେ।

କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ କହିଥିଲେ ଯେ, ବିଜୁବାବୁଙ୍କ ସମୟରେ ଏହି ଦାବି ଉଠିଥିଲା। ଏବେ ଏହାକୁ ଶାଣିତ କରିବାକୁ ସମୟ ଆସିଛି ବୋଲି ସେ କହିଛନ୍ତି। ‌

ସେହିପରି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଥିଲେ ଯେ, ସୀମା ବିବାଦର ସମାଧାନ ହେଉ ନ ଥିବାରୁ ଦଣ୍ଡାକାରଣ୍ୟ ରାଜ୍ୟ ପ୍ରତିଷ୍ଠା ଦାବିକୁ ଦୋହରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe