ସବୁ ଖୋଲା, ସ୍କୁଲ୍‌ରେ ତାଲା: ପାଠପଢା ପ୍ରଭାବିତ, ଚିନ୍ତାରେ ଅଭିଭାବକ

Advertisment

କମିଲାଣି ସଂକ୍ରମଣ, ଖୋଲିବାକୁ ଦାବି

କମିଲାଣି ସଂକ୍ରମଣ, ଖୋଲିବାକୁ ଦାବି

ଦୁଇ ଶିକ୍ଷୟିତ୍ରୀଙ୍କ ଝଗଡ଼ା, ସ୍କୁଲରେ ତାଲା

News by careers360

ଭୁବନେଶ୍ୱର : ବଜାର ଖୋଲା, ସପିଂ ମଲ୍‌ରେ ଭିଡ଼, ପାର୍କରେ ପିଲା ଖେଳୁଛନ୍ତି, ମର୍ଣ୍ଣିଂୱାର୍କରେ ବି ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ମସ୍ତି କରୁଛନ୍ତି। ସିନେମା ହଲ୍‌ରେ ଫିଲ୍ମ ଦେଖୁଛନ୍ତି। ପିଲାମାନେ ବି ବାପା, ମା’ଙ୍କ ସହ ସବୁଠିକୁ ଯାଉଛନ୍ତି। ମାତ୍ର ସ୍କୁଲ ଖୋଲିଲା ବେଳକୁ ପିଲାଙ୍କ ଦେହରେ କରୋନା ପଶି ଯାଉଛି। ଏମିତିରେ ବି ଦୁଇବର୍ଷ ହେଲା ପିଲାଙ୍କ ପାଠପଢ଼ାରେ ଡୋରି ଲାଗିଛି। କେତେବେଳେ ଅଧା ଖୋଲୁଛି ତ ଆଉ କେତେବେଳେ ତାଲା ଝୁଲୁଛି। ପ୍ରଥମରୁ ୫ମ ଶ୍ରେଣୀ ପିଲା ତ ଦୁଇ ବର୍ଷ ହେଲା ସ୍କୁଲ ହିଁ ଦେଖିନାହାନ୍ତି। କେବେ ଦେଖିବେ, ତାହା ବି କହି ହେବନାହିଁ। ପିଲାଙ୍କ ପାଠପଢ଼ା ଦୋଛକିରେ ଥିବା ବେଳେ ଏବେ ସ୍କୁଲ ଖୋଲିବା ନେଇ ଦାବି ଜୋର୍‌ ଧରିଛି।

କରୋନା ତୃତୀୟ ଲହର ଭୟରେ ମାସେ ହେଲା ସ୍କୁଲ ବନ୍ଦ ରହିଛି। ପାଠପଢ଼ା ହୋଇପାରୁନି। କେବେ ଖେଲିବ ଏବଂ ପାଠପଢ଼ା ହେବ, ତାହାକୁ ନେଇ କେହି ବି ମୁହଁ ଖୋଲୁନାହାନ୍ତି। ସ୍ଥିତି ଉପରେ ନଜର ରଖାଯାଇଛି। ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ସରକାରୀ ଅଧିକାରୀମାନେ କହୁଥିଲେ ମଧ୍ୟ କାହାରି ପାଖରୁ ସ୍ପଷ୍ଟ ଉତ୍ତର ମିଳି ପାରୁନାହିଁ। ଯାହା ଏବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ଆଗକୁ ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା। ହାତରେ ଆଉ କମ୍ ସମୟ ଥିବା ବେଳେ ସମ୍ପୂର୍ଣ୍ଣ ସିଲାବସ୍ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଦଶମର ଅଧା ସିଲାବସ୍ ସରିଥିବା ବେଳେ ଯୁକ୍ତ୨ର ୬୦% ସରିଛି। ବାକି ସିଲାବସ୍ ପାଠପଢ଼ା କେବେ ସରିବ ଏବଂ କିଭଳି ଭାବେ ପରୀକ୍ଷା ହେବ ତାହାକୁ ନେଇ ସମସ୍ତେ ଚିନ୍ତାରେ।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଫେବ୍ରୁଆରି ମାସ ପାଇଁ ଆଜି ଏସ୍‌ଆରସିଙ୍କ ପକ୍ଷରୁ ଗାଇଡ୍‌ଲାଇନ୍ ଆସିଛି। ସେଥିରେ ସ୍କୁଲରେ ସରସ୍ୱତୀ ପୂଜା ପାଳନ ହେବା ନେଇ କୁହାଯାଇଛି। ମାତ୍ର ପିଲାଙ୍କ ପାଠପଢ଼ା କିମ୍ବା ସ୍କୁଲ ପୁଣିଥରେ ଖୋଲିବା ନେଇ କିଛି କୁହାଯାଇନାହିଁ। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ସ୍ପଷ୍ଟ ଚିତ୍ର ଆସି ନ ଥିବାରୁ ଦ୍ୱନ୍ଦ୍ୱରେ ସମସ୍ତେ। କାରଣ ବର୍ତ୍ତମାନ ଓଡ଼ିଶାରେ କରୋନା ସଂକ୍ରମଣ ତଳମୁହାଁ ହୋଇଛି। ସଂକ୍ରମିତଙ୍କ ସଂଖ୍ୟା କମିଥିବାରୁ ଦେଶର କେତେକ ରାଜ୍ୟରେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଖୋଲି ଗଲାଣି। ଆଉ କିଛି ଫେବ୍ରୁଆରିରେ ଖୋଲିବା ନେଇ ଘୋଷଣା କରି ସାରିଛନ୍ତି। ମାତ୍ର ଓଡ଼ିଶା ସରକାରଙ୍କ ପଦିକିଆ ଉତ୍ତର ସ୍ଥିତି ଉପରେ ନଜର ରଖାଯାଇଛି। ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ।

publive-image Image Courtesy of India.com

ଇତିମଧ୍ୟରେ ଓଡ଼ିଶା ଅଭିଭାବକ ମହାସଂଘ ସମେତ କେତେକ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ବିଦ୍ୟାଳୟ ଖୋଲିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଏସ୍‌ଆରସିଙ୍କ ସମେତ ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ଉଦ୍ଦେଶ୍ୟରେ ପତ୍ର ବି ଲେଖିଛନ୍ତି। ସେମାନଙ୍କ କହିବା କଥା, ଏବେ କରୋନା ସଂକ୍ରମଣ କମୁଛି। ଦୈନିକ ସଂକ୍ରମଣ ୧୧ ହଜାରରୁ ହାସ ପାଇ ୪ ହଜାର ତଳକୁ ଆସିଲାଣି। ଶିଶୁ ବିଶେଷ ଆକ୍ରାନ୍ତ ହେଉନାହାନ୍ତି। ତେଣୁ କଟକଣା ମଧ୍ୟରେ ୟୁଜି, ପିଜି, ଯୁକ୍ତ୨ ଓ ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ ଖୋଲାଗଲେ କୌଣସି ଅସୁବିଧା ନାହିଁ। ଗୋଟିଏପଟେ ରାଜ୍ୟରେ ଥିବା କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଖୋଲାଥିବା ବେଳେ ରାଜ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ କାହିଁକି ବନ୍ଦ ରହିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ପିଲାଙ୍କ ପାଠପଢ଼ା ସ୍ଥିତି ଆହୁରି ଖରାପ ହେବା ପୂର୍ବରୁ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।

ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି ସତ। ମାତ୍ର ଭୟ ଦୂର ହୋଇନାହିଁ। ତଥାପି ସରସ୍ୱତୀ ପୂଜା ପରେ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ବିଚାର କରୁଛୁ। ମାତ୍ର ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସାମାନ୍ୟ ସମସ୍ୟା ସୃଷ୍ଟି ହେଉଛି। କିଛି ଦିନ ପାଠପଢ଼ା ହୋଇଥିବ କି ନାହିଁ, ନିର୍ବାଚନର ୪ଦିନ ଆଗରୁ ପୁଣି ବନ୍ଦ କରିବାକୁ ପଡ଼ିବ। ତେଣୁ ସବୁ କଥାକୁ ନେଇ ଆଲୋଚନା କରାଯାଉଛି। ଚଳିତ ସପ୍ତାହରେ କିଛି ପଦକ୍ଷେପ ନିଆଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe