ଶାମୁକା ପ୍ରକଳ୍ପ ବିରୋଧୀ ଆନ୍ଦୋଳନକାରୀଙ୍କ ଉପରୁ ଏନଏସଏ ପ୍ରତ୍ୟାହାର ଦାବି

Advertisment
ଶାମୁକା ପ୍ରକଳ୍ପ ବିରୋଧୀ ଆନ୍ଦୋଳନକାରୀଙ୍କ ଉପରୁ ଏନଏସଏ ପ୍ରତ୍ୟାହାର ଦାବି

groundxero.in

ଭୁବନେଶ୍ବର : ଶାମୁକା ପ୍ରକଳ୍ପ ବିରୋଧୀ ଆନ୍ଦୋଳନକାରୀ ତଥା ଉପକୂଳ ଜମି ଓ ଜଙ୍ଗଲ ସୁରକ୍ଷା ସମିତି ଆବାହକ ବଟକୃଷ୍ଣ ସ୍ବାଇଁଙ୍କ ବିରୋଧରେ ଲଗାଯାଇଥିବା ଜାତୀୟ ନିରାପତ୍ତା ଆଇନ (ଏନଏସଏ) ପ୍ରତ୍ୟାହାର, ଶାମୁକା ପ୍ରକଳ୍ପ ରଦ୍ଦ, ହାଇକୋର୍ଟଙ୍କ ନିର୍ଦେଶରେ ଭୂମିହୀନ ଦଳିତ ପରିବାରକୁ ସିଲିଂ ଜମି ପ୍ରଦାନ ପାଇଁ ଜନ ଅଧିକାର ମଞ୍ଚ ପକ୍ଷରୁ ଦାବି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ ମଞ୍ଚ କହିଛି ଯେ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସରୁବାଲି ଜମି ଉପରେ ସ୍ଥାନୀୟ ଭୂମିହୀନ ଦଳିତ, ଗରିବମାନଙ୍କ ଅଧିକାର ତଥା ଉପକୂଳର ଜମି, ଜଙ୍ଗଲ ଏବଂ ପରିବେଶ ସୁରକ୍ଷା ପାଇଁ ଶ୍ରୀ ସ୍ବାଇଁ ଆନ୍ଦୋଳନ କରୁଥିଲେ। ସିପସରୁବାଲି ମୌଜାର ସିଲିଂ ବହିର୍ଭୂତ ଜମି ଦଳିତ ଭୂମିହୀନ ପରିବାରମାନଙ୍କୁ ବଣ୍ଟନ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ବଣ୍ଟନ ନ କରି ଶାମୁକା ପ୍ରକଳ୍ପ ନାମରେ ହୋଟେଲ, ବିମାନବନ୍ଦର ନିର୍ମାଣ ପାଇଁ ଜମି ଦିଆଯାଇଛି। ଏହାକୁ ଶ୍ରୀ ସ୍ବାଇଁଙ୍କ ନେତୃତ୍ବରେ ଲୋକେ ବିରୋଧ କରୁଥିଲେ। ଏନେଇ ପ୍ରଶାସନ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲା। ଏଥିଯୋଗୁଁ ୨୦୦୦ ମସିହା ଅଗଷ୍ଟ ୧୬ରୁ ତାଙ୍କୁ ଗିରଫ କରାଯାଇଥିଲା।

ପୂର୍ବରୁ ୨୦୧୫ ମସିହାରେ ଏନଏସଏରେ ତାଙ୍କୁ ଅଟକ ରଖିବା ସହିତ ବିଭିନ୍ନ ମାମଲାରେ ଗିରଫ କରାଯାଇଥିଲା। ୨୦୨୨ ମସିହା ଏପ୍ରିଲ ୧୨ରେ ଶ୍ରୀ ସ୍ବାଇଁ ଜାମିନ ପାଇଥିଲେ। ପୁନର୍ବାର ତାଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe