ଦଳ ସମୃଦ୍ଧ ହେଲେ ଗଣତନ୍ତ୍ର ସମୃଦ୍ଧ ହେବ: ସୌମ୍ୟରଞ୍ଜନ

Advertisment

ମୋଦୀଙ୍କ ନିର୍ଦ୍ଦିଷ୍ଟ ଦଳମୁକ୍ତ ଭାରତରେ ବିଶ୍ବାସ କରେନି

ମୋଦୀଙ୍କ ନିର୍ଦ୍ଦିଷ୍ଟ ଦଳମୁକ୍ତ ଭାରତରେ ବିଶ୍ବାସ କରେନି

ମୁଁ ଯଦି ବିଦେଶୀ, ବଦ୍ରି ବାବୁ ଡରୁଛନ୍ତି କଣ ପାଇଁ? ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର : ଗଣତନ୍ତ୍ରରେ ରାଜନୈତିକ ଦଳ ସମୃଦ୍ଧ ହେବା ଆବଶ୍ୟକ। ବିଶେଷ କରି ମୁଖ୍ୟ ବିରୋଧୀ ଦଳ ନିଶ୍ଚିତ ସମୃଦ୍ଧ ହେବା ଦରକାର। ଯେତେ ଅଧିକ ଦଳ ନିଜକୁ ସମୃଦ୍ଧ କରି ଲୋକଙ୍କ ସମର୍ଥନ ପାଇବେ, ଗଣତନ୍ତ୍ର ସେତେ ସମୃଦ୍ଧ ହେବ। ମୁଁ ମୋଦୀଙ୍କ ପରି ନିର୍ଦ୍ଦିଷ୍ଟ ଦଳମୁକ୍ତ ଭାରତରେ ବିଶ୍ବାସ କରେନି ବୋଲି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ମନମୋହନ ସାମଲଙ୍କୁ ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦିଆଗଲା ପରେ ଗଣମାଧ୍ୟମ ପ୍ରତିନିଧିମାନେ ସୌମ୍ୟରଞ୍ଜନଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ। ସେ କହିଥିଲେ, ମୁଁ ବିଜେପିରେ ଥିଲା ବେଳେ ମୋର ଜଣେ ଯୁବ ସହକର୍ମୀ ଭାବେ ମନମୋହନ ବାବୁଙ୍କୁ ନିକଟରୁ ଜାଣିଥିଲି। ଆମକୁ ମିଳିତ ଭାବେ କାମ କରିବାର ସୁଯୋଗ ମିଳିଥିଲା। ସେ ଜଣେ ଭଲ ସଂଗଠକ। ପୂର୍ବରୁ ମଧ୍ୟ ଦୁଇ ଥର ବିଜେପିର ମଙ୍ଗ ଧରିଥିଲେ। କିନ୍ତୁ ସଭାପତି ବଦଳ କରିଦେଲେ ଯେ ଦଳର ଭାଗ୍ୟ ବଦଳିବ, ତାହା ନୁହେଁ। ସେମିତି ହେଉଥିଲେ ସମସ୍ତେ ବାରମ୍ବାର ସଭାପତି ବଦଳାଇବାରେ ଲାଗନ୍ତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe