ନିର୍ମାଣାଧୀନ ଦ୍ବିତୀୟ ସୂର୍ଯ୍ୟମନ୍ଦିରରୁ ଉଚ୍ଛେଦ ଆରମ୍ଭ

ନିର୍ମାଣାଧୀନ ଦ୍ବିତୀୟ ସୂର୍ଯ୍ୟମନ୍ଦିରରୁ ଉଚ୍ଛେଦ ଆରମ୍ଭ

TripSavvy

କୋଣାର୍କ: କୋଣାର୍କ ଚନ୍ଦ୍ରଭାଗା କୂଳରେ ନିର୍ମାଣ କରାଯାଉଥିବା ଦ୍ବିତୀୟ ସୂର୍ଯ୍ୟମନ୍ଦିରକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି।‌ ଏ ନେଇ ଆଜି ପ୍ରଶାସନ ପକ୍ଷରୁ ଏହି ଦ୍ବିତୀୟ ସୂର୍ଯ୍ୟମନ୍ଦିର ନିର୍ମାଣସ୍ଥଳୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ ଗତ କିଛିମାସ ଧରି କୋଣାର୍କରେ ଏକ ନୂତନ ସୂର୍ଯ୍ୟମନ୍ଦିର ନିର୍ମାଣ ପାଇଁ ମୁକେଶ ଜୈନ ନାମକ ଜଣେ ବ୍ୟକ୍ତି ନିଜ ସହଯୋଗୀଙ୍କ ଜରିଆରେ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ସ୍ଥାନୀୟ ଲୋକଙ୍କ ବିରୋଧକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ଦ୍ବିତୀୟ ସୂର୍ଯ୍ୟମନ୍ଦିର ନିର୍ମାଣକୁ ପ୍ରଥମରୁ ରୋକ୍‌ ଲଗାଇ ଆସିଛି।

ଗତ କିଛିଦିନ ପୂର୍ବେ ଚନ୍ଦ୍ରଭାଗା ନିକଟରେ ହେଉଥିବା ଏହି ସୂର୍ଯ୍ୟମନ୍ଦିର ନିର୍ମାଣକୁ ପ୍ରଶାସନ ଉଚ୍ଛେଦ କରି ବନ୍ଦ ରଖିଥିଲେ। ମାତ୍ର ପୁର୍ନବାର ଚନ୍ଦ୍ରଭାଗା ଉପକୂଳରେ ଦରିଆ ମହାବୀରମନ୍ଦିର ସନ୍ନିକଟରେ ଏହି ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଏପରିକି ଚନ୍ଦ୍ରଭାଗା ଉପକୂଳରେ ପ୍ରଶାସନ ପକ୍ଷରୁ ନିର୍ମିତ ପଥରର ସୁରକ୍ଷା ପାଚେରିକୁ ଭାଙ୍ଗି ଏହି ମନ୍ଦିର ନିର୍ମାଣ ହେଉଥିବାର ଅଭିଯୋଗ ହୋଇଥିଲା। ଏସମ୍ପର୍କରେ ପ୍ରଶାସନ ଅବଗତ ହେବାପରେ ଶନିବାର ଦିନ ସ୍ଥାନୀୟ ଅତିରିକ୍ତ ତହସିଲଦାର ସୌମେନ୍ଦ୍ର କୁମାର ତେଜ୍, କୋଣାର୍କ ଏନ୍‌ଏସି କର୍ମଚାରୀଙ୍କୁ ସାଙ୍ଗରେ ନେଇ ନିର୍ମାଣାଧୀନ ଥିବା ଦ୍ବିତୀୟ ସୂର୍ଯ୍ୟମନ୍ଦିରକୁ ଉଛେଦ ଆରମ୍ଭ କରିଛନ୍ତି। ସେହି ସ୍ଥାନରେ ଥିବା ସାମଗ୍ରୀ ଓ ମୂର୍ତ୍ତିଗୁଡ଼ିକ ଜବତ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଚନ୍ଦ୍ରଭାଗା ଉପକୁଳରୁ ଦ୍ବିତୀୟ ସୂର୍ଯ୍ୟମନ୍ଦିର ଉଛେଦ କରିବା ଦୁଃଖଦାୟକ ବୋଲି ମନ୍ଦିର ନିର୍ମାଣ ଅଧ୍ୟକ୍ଷ ମୁକେଶ ଜୈନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe