ପୁରୀ :‌ ଦକ୍ଷିଣଦ୍ୱାର ପାର୍ଶ୍ବରୁ ଉଚ୍ଛେଦ ଆରମ୍ଭ

Advertisment
ପୁରୀ :‌ ଦକ୍ଷିଣଦ୍ୱାର ପାର୍ଶ୍ବରୁ ଉଚ୍ଛେଦ ଆରମ୍ଭ

ପୁରୀ :‌ ଶ୍ରୀମନ୍ଦିର ୭୫ ମିଟର ଉଚ୍ଛେଦ କ୍ରମରେ ଜିଲ୍ଲା ପ୍ରଶାସନ ଆଜି ଦକ୍ଷିଣଦ୍ବାର ପାର୍ଶ୍ବ ଉଚ୍ଛେଦ ଆରମ୍ଭ କରିଛି। ଦକ୍ଷିଣଦ୍ବାର ସମ୍ମୁଖ ରମାମଣି ଭବନ ଲଜକୁ ଭାଙ୍ଗି ମାଟିରେ ମିଶାଇଛି। ଏହା ସହ ଆଖପାଖ ଘର ବି ଖାଲି ପାଇଁ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ଆଜି ଏକାଧିକ ଜେସିବି ଲାଗିଥିଲା। ସୁରକ୍ଷା ଦୃଷ୍ଟିରୁ ଯାଆସ ରାସ୍ତାର ଦୁଇପାର୍ଶ୍ବକୁ ସିଲ୍ କରି ଦିଆଯାଇଥିଲା। କଡ଼ା ପୁଲିସ ସୁରକ୍ଷା ବଳୟ ଭିତରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଶାନ୍ତିଶୃଙ୍ଖଳାର ସହ ଏହା ‌ଶେଷ ହୋଇଛି। ଗତକାଲି ଜିଲ୍ଲା ପ୍ରଶାସନ ଉତ୍ତରଦ୍ବାର ପାର୍ଶ୍ବରେ ଉଚ୍ଛେଦ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe