ଅତ୍ୟାବଶ୍ୟକ ସାମଗ୍ରୀର ଦରକମାଇବା ଓ ବେକାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ

Advertisment
ଅତ୍ୟାବଶ୍ୟକ ସାମଗ୍ରୀର ଦରକମାଇବା ଓ ବେକାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ

ଭଦ୍ରକ: ଅତ୍ୟାବଶ୍ୟକ ସାମଗ୍ରୀ ଯଥା ପେଟ୍ରୋଲ, ଡିଜେଲ, ଜାଳେଣି ଗ୍ୟାସ, ଡାଲି, ଖାଇବା ତେଲ, ଔଷଧ, କପଡା, ପାଠ୍ୟ ଉପକରଣ ଆଦିର ଦର ନିୟନ୍ତ୍ରଣ କରିବା, ଶିକ୍ଷିତ ଯୁବକ-ଯୁବତୀମାନଙ୍କୁ ନିଯୁକ୍ତି ଦେବା, ସମସ୍ତ ସରକାରୀ ସଂପତ୍ତି ବିକ୍ରି ବନ୍ଦ କରିବା, ଦେଶରେ ସାଂପ୍ରଦାୟିକ ହିଂସାକାଣ୍ଡ ବନ୍ଦ କରିବା ଆଦି ଦାବି ନେଇ ସିପିଆଇ(ଏମ), ସିପିଆଇ, ସିପିଆଇଏମଲ (ଲିବରେସନ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ମିଳିତ ଭାବେ ଏକ ଲାଲ ପଟୁଆର ବନ୍ତ ଛକ ଠାରୁ ବାହାରି ଭଦ୍ରକ ସହର ପରିକ୍ରମା କରି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା ସିପିଆଇ(ଏମ)ର ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ଚନ୍ଦ୍ର ଶେଖର ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇଏମଲ ( ଲିବରେସନ) ଜିଲ୍ଲା ସଂପାଦକ ସମର ବଳ ଙ୍କ ମିଳିତ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।

ଏହି ସଭାରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟ ସିଂହ ନାୟକ, ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିଷ୍ଣୁ ଦାଶ, ପ୍ରଭାସ ମହାପାତ୍ର, ରାଧା ଦାସ, ସିପିଆଇ(ଏମ) ଜିଲ୍ଲା କମିଟି ସଦସ୍ୟ ବିକାଶ ନାଥ, ବରିଷ୍ଠ ନେତା ନାରାୟଣ ଦାଶ, ରମେଶ ସାହୁ, ଜୟନୁଲ ଆବେଦନ, ଅଶୋକ ବେହେରା, ଘନଶ୍ୟାମ ଦାସ, ଭାରତର ଗଣତାନ୍ତ୍ରିକ ଯୁବ ଫେଡେରସନ ଭଦ୍ରକ ଜିଲ୍ଲା ସଭାପତି ବିନୋଦ ସାହୁ, ଭାରତର ଛାତ୍ର ଫେଡେରେସନ (ଏସ୍ଏଫ୍ଆଇ) ଭଦ୍ରକ ଜିଲ୍ଲା ସଭାପତି ଷ୍ଟାଲିନ ଟିଟନ ଲେଙ୍କା, ଅଖିଳ ଭାରତ ଯୁବ ସଂଘର ପୂର୍ବତନ ରାଜ୍ୟ ସଭାପତି ସଦାନନ୍ଦ ସାହୁ, ବରିଷ୍ଠ ନେତା ରମେଶ ଯେନା, ବନ୍ତ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ପରମେଶ୍ଵର ବାରିକ, ସନ୍ଥ ଚରଣ ବିଶ୍ବାଳ, ମହିଳା ନେତ୍ରୀ ଜୟନ୍ତୀ ବିଶ୍ବାଳ, ଗାୟତ୍ରୀ ବେହେରା, ଆରତୀ ଯେନା, ଗୟାଧର ଶେଣ, ପାଣ୍ଡବ ଯେନା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ଲଢେଇ ଜାରି ରଖିବାକୁ ଆହ୍ବାନ ଜଣାଇଥିଲେ। ନବୀନ ପଟ୍ଟନାୟକ ସରକାର କେନ୍ଦ୍ର ସରକାର ଙ୍କ ସମସ୍ତ ଜନବିରୋଧୀ ନୀତିକୁ ସମର୍ଥନ କରୁଥିବାରୁ ବାମପନ୍ଥୀ ନେତୃବୃନ୍ଦ ବିଜେଡି ସରକାରକୁ ତୀବ୍ର ନିନ୍ଦା କରିଥିଲେ। ଏହି ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ୍ବ ବାମପନ୍ଥୀ କର୍ମୀ ଓ ସାଧାରଣ ଜନତା ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe