ଅନୂସୂଚିତ ଜାତି ନିର୍ଯାତନା ମମଲାରେ ବିଳମ୍ବ ନ୍ୟାୟ ପ୍ରତିବାଦରେ ଧାରଣା

ଅନୂସୂଚିତ ଜାତି ନିର୍ଯାତନା ମମଲାରେ ବିଳମ୍ବ ନ୍ୟାୟ ପ୍ରତିବାଦରେ ଧାରଣା

ଖୋର୍ଦ୍ଧା: ଜିଲ୍ଲାର ଅନୁସୂଚିତ ଜାତିର ଅତ୍ୟାଚାର ମାମଲାରେ ବିଳମ୍ବ ନ୍ୟାୟ ମିଳିବା, କ୍ଷତିପୂରଣ ପ୍ରଦାନ କରାନଯିବା ପ୍ରତିବାଦରେ ଜାତୀୟ ଦଳିତ ଆଦିବାସୀ ମହାସଂଘ ରାଜ୍ୟ ଶାଖା ପକ୍ଷରୁ ଗୁରୁବାର ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି।

ଗୁରୁବାର ପୂର୍ବାହ୍‌ଣରେ ସଂଗଠନର କର୍ମକର୍ତା ଓ ସଦସ୍ୟସଦସ୍ୟାମାନେ ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ଫାଟକୁ ବନ୍ଦ କରି ଧାରଣାରେ ବସିଥିଲେ। ଏହାପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଧାରଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ସଂଗଠନ ପକ୍ଷରୁ ତିନି ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସଂଗଠନ ପକ୍ଷରୁ ରାଜ୍ୟ ସଂଯୋଜକ ଦିବାକର ଭୋଇ, ଅନୀଲ କୁମାର ମାଲିଆ, ଲିଟୁ ଦାସ, ଅଶୋକ କୁମାର ଭୋଇ, ବୀରେନ୍ଦ୍ର ନାୟକ ପ୍ରମୁଖ ଧାରଣା ଓ ଦାବି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ​ଭୁବନେଶ୍ବର ସହରାଂଚଳ ଓ ଖୋର୍ଦ୍ଧା ପୁଲିସ ଜିଲ୍ଲା ଅଧୀନରେ ୫୦ଟି ଅନୁସୂଚିତ ଜାତି ଅତ୍ୟାଚାର ମାମଲାରେ ଆଇନାନୁସାରେ କ୍ଷତିପୂରଣ ରାଶି ୧୫ ଦିନ ମଧ୍ୟରେ ପ୍ରଦାନ କରିବା, ଅତ୍ୟାଚାର ମାମଲାରେ ତଦନ୍ତ ଆଦିରେ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିବା, ଜିଲ୍ଲାସ୍ତରୀୟ ପର୍ଯ୍ୟବେକ୍ଷଣ କମିଟି ସଠିକ ଭାବେ କାର୍ଯ୍ୟ କରିବା ସହ ଅନୁସୂଚିତ ଜାତି ଅତ୍ୟାଚାର ମାମଲାରେ ତ୍ବରିତ ନ୍ୟାୟ ପ୍ରଦାନ କରିବା ଆଦି ଦାବି ରହିଛି। ସଂଯୋଜକ ଶ୍ରୀ ଭୋଇ କହିଛନ୍ତି ଯେ କ୍ଷତିପୂରଣ ମିଳିବାର ଆଇନଗତ ନିୟମ ଥାଇ ମଧ୍ୟ ୧୭୦୦ ଦିନ ବିତିଯାଇଥି​ଲେ ପୀଡ଼ିତ-ପୀଡ଼ିତାଙ୍କୁ କ୍ଷତିପୂରଣ କିମ୍ବା ନ୍ୟାୟ ମିଳିପାରୁନାହିଁ। ବର୍ଷ ବର୍ଷ ଧରି ଜାତି ପ୍ରମାଣପତ୍ର ତଦନ୍ତ ରିପୋର୍ଟ ଆସିପାରୁନଥିବାରୁ ଶହଶହ ମାମଲାର ଚାର୍ଜସିଟ୍‌ ହୋଇପାରୁନାହିଁ।

ମଙ୍ଗଳ ଅଧିକାରୀ ସଂଗଠନର କର୍ମକର୍ତାଙ୍କ ସହ ଆଲୋଚନା ସମୟରେ ଆବେଦନଗୁଡ଼ିକୁ ତ୍ବରାନ୍ବିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ସଂଗଠନର କର୍ମକର୍ତାଙ୍କୁ କହିଥିଲେ ଯେ ଜିଲ୍ଲାରେ ପ୍ରାୟ ୫୦ଟି ଅନୁସୂଚିତ ଜାତି ଅତ୍ୟାଚାର ମାମଲାର ପରବର୍ତୀ ତଦନ୍ତରେ ଜାତି ସମ୍ପର୍କିତ ତଥ୍ୟ ମିଥ୍ୟା ବୋଲି ଜଣାପଡ଼ିଛି। ତେବେ ଏନେଇ ପୁଣିଥରେ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନିଆଯିବ। ନିକଟରେ ଆସିଥିବା ମାମଲାଗୁଡ଼ିକ ମଧ୍ୟରୁ ଯାଂଚ ଶେଷ ହୋଇଥିବା ମାମଲାରେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଆଲୋଚନା ପରେ ସଦସ୍ୟ ସଦସ୍ୟାମାନେ ଧାରଣା ପ୍ରତ୍ୟାହାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe