ଉଜ୍ଜ୍ବଳା ଦିଦି ସଂଘର ବିକ୍ଷୋଭ ପ୍ରଦର୍ଶନ

Advertisment
ଉଜ୍ଜ୍ବଳା ଦିଦି ସଂଘର ବିକ୍ଷୋଭ ପ୍ରଦର୍ଶନ

ଖୋର୍ଦ୍ଧା: ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ବୁଧବାର ଦିନ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ବୁଧବାର ପୂର୍ବାହ୍‌ଣ ୧୧ଟା ବେଳେ ପ୍ରବଳ ବର୍ଷାରେ ଜିଲ୍ଲାର ବିଭିନ୍ନ ପଂଚାୟତରେ କାମ କରୁଥିବା ଶତାଧିକ ଉଜ୍ଜ୍ବଳା ଦିଦି ହାତରେ ବ୍ୟାନର ଧରି ନୂଆ ବସ୍‌ଷ୍ଟାଣ୍ଡ ଠାରୁ ବାହରି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବର୍ଷାରେ ଭିଜି ପ୍ରାୟ ୧ ଘଂଟା କାଳ ଧାରଣା ଦେଇଥିଲେ। ଏହା ପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦେଇଥିଲେ। ଆଜିର ବିକ୍ଷୋଭ ସମ୍ପର୍କରେ ସଂଘର ଜିଲ୍ଲା ସଂଯୋଜିକା ରଶ୍ମିତା ବେହେରା କହିଛନ୍ତି ଗ୍ରାମାଂଚଳରେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ବଳା ଯୋଜନା ଆଦିର ସଫଳ ରୂପାୟନରେ ସେମାନେ ଗତ ୬-୭ ବର୍ଷ ଧରି କାମ କରିଆସୁଛନ୍ତି। ନିଯୁକ୍ତି ସମୟରେ ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାକୁ କାର୍ଯ୍ୟକାରୀ କରିବାକୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟ ଦାବିଗୁଡ଼ିକ ମଧ୍ୟରେ, ମନରେଗା ଯୋଜନାରେ ଉଜ୍ଜ୍ବଳା ଦିଦିଙ୍କୁ କାମ ଯୋଗାଇଦେବା, ନିୟମିତ ପାରିଶ୍ରମିକ ଯୋଗାଇବା ଆଦି ରହିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘର ସଂଯୋଜିକା ବୀଣାପାଣି ବେହେରା, ଭାରତୀୟ ମଜଦୁର ସଂଘର କର୍ମକର୍ତା ବସନ୍ତ କୁମାର ସାହୁ, ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ଅକ୍ଷୟ କୁମାର ରାଉତ, ସଭାପତି ପାର୍ଥ ସାରଥୀ ମହାନ୍ତି, ଶୁଚିସ୍ମିତା ମିଶ୍ର, ଉଜ୍ଜ୍ବଳା ଦିଦି ସଂଘର ଉପଦେଷ୍ଟା ଜ୍ୟୋତ୍ସ୍ନାରାଣୀ ସିଂହ, ସନ୍ତୋଷିନୀ ଦାସ, ସାବିତ୍ରୀ ସାହୁ, ବିଷ୍ଣୁପ୍ରିୟା ସାହୁ, ଝୁଡ଼ି ଛୋଟରାୟ, ମାମିନା ସାମନ୍ତରାୟ, ଟୁନି ପଟ୍ଟନାୟକ, ଅଶାନ୍ତି ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe