ଆର୍ଥିିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମିଳିତ ମଞ୍ଚ ପକ୍ଷରୁ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

Advertisment
ଆର୍ଥିିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମିଳିତ ମଞ୍ଚ ପକ୍ଷରୁ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ଗଣଧାରଣା

ଦେବଗଡ଼: ଆର୍ଥିିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମିଳିତ ମଞ୍ଚ ପକ୍ଷରୁ ଆଜି ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଏଥିରେ ମଞ୍ଚର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ ତହସିଲ ଜରିଆରେ ଚିଟ୍‌ଫଣ୍ଡ କମ୍ପାନି ଦ୍ୱାରା ଠକାମିର ଶିକାର ହୋଇଥିବା ଜମାକାରୀଙ୍କୁ ଚିହ୍ନଟ କରିବାକୁ ଦାବି କରିଛନ୍ତି। ସେହିପରି ଲୋକଙ୍କୁ ଠକି ଥିବା ଏହି ସବୁ କମ୍ପାନିର ସମ୍ପତ୍ତି ବଜାର ଦରରେ ବିକ୍ରି କରି ଜମାକାରୀମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ସହିତ ଠକାମି ପାଇଁ ପ୍ରୋତ୍ସାହିତ କରୁଥିବା ସମସ୍ତ ତ୍ରୁଟିପୂର୍ଣ୍ଣ ଆଇନ୍‌ର ସଂଶୋଧନ ପାଇଁ ଦାବି କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଭୋଟ୍‌ ଗଣିତରେ ବିଶ୍ୱାସ କରୁଥିବା ବିଜେଡି ନେତାମାନଙ୍କୁ ସମସ୍ତ ଜମାକାରୀ ଗୋଟିଏ ପ୍ରଶ୍ନ ସବୁ ବେଳେ ପଚାରନ୍ତୁ- ଆମ ଟଙ୍କା କେବେ ମିଳିବ?  କାରଣ ବିନା ସରକାରୀ କଳ ଓ ଦଳର ସହଯୋଗ ବିନା ଏହି ଚିଟ୍‌ଫଣ୍ଡ ସଂସ୍ଥାଗୁଡ଼ିକ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ଠକି ପାରି ନ ଥାନ୍ତ । ଭୋଟ୍‌ କାଙ୍ଗାଳ ନେତାମାନଙ୍କୁ ସେମାନଙ୍କ ଭାଷାରେ ଜବାବ ଦେଇ ପାରିଲେ ଜମାକାରୀମାନେ ସେମାନଙ୍କ ଟଙ୍କା ଫେରି ପାଇ ପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe