ମୋହନା: ରାଇପଙ୍କା-ବୁଢ଼ାଗାଁ ରାସ୍ତା ମରଣଯନ୍ତା

ମୋହନା: ରାଇପଙ୍କା-ବୁଢ଼ାଗାଁ ରାସ୍ତା ମରଣଯନ୍ତା
ମୋହନା : ମାଣ୍ତିମେରା ପ˚ଚାୟତର ମୋହନା-ରାଇପଙ୍କା ପୂର୍ତ୍ତବିଭାଗ ମୁଖ୍ୟରାସ୍ତା ଠାରୁ ବୁଢାଗାଁ(ଖାରିକୁଆ) ୬ କି.ମି ଦୂର। ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୮୭.୯୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା। ହେଲେ, ବର୍ତ୍ତମାନ ଏହି ରାସ୍ତା ମରଣଯନ୍ତା ପାଲଟିଛି।
୨୦୧୭ ସେପ୍ଟେମ୍ବର ୮ ତାରିଖରେ ଠିକାଦାରଙ୍କ ଦ୍ବାରା ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ୨୦୧୮ରେ ସମାପ୍ତ ନ ହୋଇ ବିଳମ୍ବରେ ଶେଷ ହୋଇଥିଲା। ଇତିମଧ୍ୟରେ, ରାସ୍ତାର ଅବସ୍ଥା କଦର୍ଯ୍ୟ ହୋଇ ପଡ଼ିଲାଣି।  ରାସ୍ତାରୁ ପିଚୁ ଉଠି ମେଟାଲଗୁଡ଼ିକ ବାହାରି ରାସ୍ତା ମଝିରେ ଗର୍ତ୍ତମାନ ସୃଷ୍ଟି ହେଲାଣି। ରାସ୍ତା ନିର୍ମାଣ ହେବାର ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ବ ଠିକାଦାରର ରହିଥିଲେ ମଧ୍ୟ କୌଣସି ମରାମତି ହୋଇନାହିଁ। ଆଗାମୀ ଦିନରେ ଧନଜୀବନ ହାନିରୁ ରକ୍ଷା ପାଇବା ପାଇଁ ତୁରନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ଏହି ରାସ୍ତାକୁ ମରାମତି କରାଯାଉ ବୋଲି ଦାବି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe