ସଇନ୍ତଲାରେ ବ୍ୟାପୁଛି ଡେଙ୍ଗୁ: ମେଡିକାଲରେ ୧୮ ଭର୍ତ୍ତି

Advertisment
ବିଏମ୍‌ସିକୁ ମଶାଚିନ୍ତା: ୪ ନଳାରେ ଛଡ଼ାହେଲା ଗଙ୍ଗୁସିଆ ମାଛ

ବଲାଙ୍ଗୀର/ସଇନ୍ତଲା: ବଲାଙ୍ଗୀର ଜିଲ୍ଲା ସଇନ୍ତଲାରେ ଡେଙ୍ଗୁ ବ୍ୟାପୁଛି। କେବଳ ଗୋପବନ୍ଧୁ ନଗରରୁ ୧୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରଥମେ ୩ ଜଣ, ପରେ ୧୦ଜଣ ଓ ୫ ଜଣ ରୋଗୀଙ୍କୁ ପର୍ଯ୍ୟାୟକ୍ରମେ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ଥିବା ମେଡିକାଲ ଅଧୀକ୍ଷିକା ଡା. ମାନସୀ ପଣ୍ଡା କହିଛନ୍ତି। ରୋଗୀଙ୍କୁ ସାଧାରଣତଃ ଜ୍ୱର ଓ ରକ୍ତରେ ପ୍ଲାଟିଲେଟ୍‌ ସଂଖ୍ୟା ହ୍ରାସ ପାଇବା ଆଶଙ୍କା ରହିଥାଏ। ସେଥିପାଇଁ ରୋଗୀଙ୍କ ଉପଚାର ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।

ଅନ୍ୟମାନଙ୍କୁ ଏହି ରୋଗ ବ୍ୟାପିବା ଆଶଙ୍କାକୁ ଏଡ଼ାଇବା ପାଇଁ ଡେଙ୍ଗୁ ରୋଗୀଙ୍କୁ ମେଡିସିନ୍‌ ବିଭାଗର ତଳ ମହଲାରେ ମଶାରୀ ଦେଇ ରଖାଯାଇଛି। ଅନ୍ୟପକ୍ଷରେ ଏକ ଡାକ୍ତରୀ ଦଳ ଗାଁକୁ ଆସି ଲୋକଙ୍କୁ ସଚେତନ କରିଛନ୍ତି। ସଇନ୍ତଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ସମରେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ, ଏକ ଡାକ୍ତରୀ ଟିମ ଘର ଘର ବୁଲି ଡେଙ୍ଗୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିଙ୍କ ପରୀକ୍ଷା କରୁଥିବା କହିଛନ୍ତି।

ସେହିପରି ଶୁକ୍ରବାର ବିଡିଓ ବିନୟ ଭୋଇ ଓ ଡାକ୍ତର ଶ୍ରୀ ମହାପାତ୍ର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଡେଙ୍ଗୁ ବ୍ୟାପିଥିବା ଅଞ୍ଚଳକୁ ସଫାସୁତୁରା କରାଯିବ ଏବଂ ପଡ଼ାରେ ସଚେତନତା ସୃଷ୍ଟି କରାଯିବ ବୋଲି ଶ୍ରୀ ଭୋଇ କହିଛନ୍ତି। ଅନ୍ୟପକ୍ଷରେ ଗତ ଶନିବାର ପଡ଼ାରେ ଧୂଆଁ ସ୍ପ୍ରେ କରାଯାଇଥିବାବେଳେ ଆସନ୍ତାକାଲି କରାଯିବ ବୋଲି ସୂଚନା ଦିଆଯାଇଛି। ସେହିପରି ଡେଙ୍ଗୁ ରୋଗ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିଙ୍କ ତୁରନ୍ତ ରକ୍ତ ପରୀକ୍ଷା କରିବା ବ୍ୟବସ୍ଥା ହୋଇଥିବା ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe