୫ଟି ସଚିବଙ୍କ ଗସ୍ତର ଦିନକ ପରେ ଡେଙ୍ଗୁ ଆକ୍ରାନ୍ତ ମହିଳା ହନ୍ତସନ୍ତ, ଡାକ୍ତର ପରୀକ୍ଷା ନ କରି ‌ଫେରାଇ‌ଦେଲେ

Advertisment
୫ଟି ସଚିବଙ୍କ ଗସ୍ତର ଦିନକ ପରେ ଡେଙ୍ଗୁ ଆକ୍ରାନ୍ତ ମହିଳା ହନ୍ତସନ୍ତ, ଡାକ୍ତର ପରୀକ୍ଷା ନ କରି ‌ଫେରାଇ‌ଦେଲେ

ଜୟପୁର : ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ‌ଯୋଗାଇ ଦିଅ, ହଇରାଣ ହରକତ କରନାହିଁ, ‌ରୋଗୀ ଯେଭଳି ହଇରାଣ ହରକତ ନ ହୁଅନ୍ତି ସେଥିପ୍ରତି ଯତ୍ନବାନ ହୁଅ ଏଭଳି ବହୁ ଗୁରୁମନ୍ତ୍ର ଦେଇ ୫-ଟି ସଚିବ ‌ଭି.କେ. ପାଣ୍ଡିଆନ ଦିନକ ପୂର୍ବରୁ ଫେରିଥିବା ବେଳେ ଆଜି ଜଣେ ଡେଙ୍ଗୁ ଆକ୍ରାନ୍ତ ମହିଳା ଚିକିତ୍ସା ଅଭାବରୁ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି। ଡେଙ୍ଗୁ ଆକ୍ରାନ୍ତ ମହିଳାଙ୍କୁ ସାମାନ୍ୟତମ ଚିକିତ୍ସା ସୁବିଧା ଯୋଗାଇ ନଦେବା ଫଳରେ ଶେଷରେ ପରିବାର ବର୍ଗ ନିଜସ୍ବ ଖର୍ଚ୍ଚରେ କଟକ ବଡ଼ ମେଡିକାଲକୁ ନେଇଥିବା ସୂଚନା ମିଳିଛି। ଆଜିର ସଦ୍ୟତମ ଉଦାହରଣ ମୋ ସରକାର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ପ୍ରତି ଆଙ୍ଗୁଳି ପ୍ରଦର୍ଶନ କରିଛି।

ମିଳିଥିବା ସୂଚନା ଅନୁଯାୟୀ ବୋରିଗୁମ୍ମା ବ୍ଲକ ରଣସପୁର ଗାଁର ସାମନ୍ତ ନାୟକ ପତ୍ନୀ ଉଷାରାଣୀ ନାୟକ(୨୪)ଙ୍କୁ ନେଇ ଦାଦନ ଖଟିବାକୁ ତେଲେଙ୍ଗନାର ହାଇଦ୍ରାବାଦକୁ ଯାଇଥିଲେ। ସେଠାରେ ଉଷାରାଣୀଙ୍କୁ ଜ୍ବର ହୋଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ଉଷାଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ରକ୍ତ ପରୀକ୍ଷାରେ ଉଷା ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ତେବେ ଅର୍ଥାଭାବ ଯୋଗୁଁ ସାମନ୍ତ ପତ୍ନୀ ଉଷାର ଚିକିତ୍ସା ହାଇଦ୍ରାବାଦରେ କରି ନ ପାରି ନିଜ ଗ୍ରାମକୁ ଫେରି ଆସିଥିଲେ। ଆଜି ଡେଙ୍ଗୁ ଆକ୍ରାନ୍ତ ଉଷାଙ୍କୁ ନେଇ ତାଙ୍କ ସ୍ବାମୀ ସାମନ୍ତ, ଶ୍ବଶୁର ହରେକୃଷ୍ଣ ନାୟକ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ବର୍ହିରୋଗୀ ଚିକିତ୍ସାପତ୍ର ନଂ ଓପିଡି-୦୧୧୪୩୮୪ ଚିଠା କରି ଆଉଟଡୋରରେ ଥିବା ଡାକ୍ତରଙ୍କୁ ଭେଟି ଉ‌ଷାଙ୍କ ରୋଗ ସଂପର୍କରେ କହିଥିଲେ। ରୋଗୀଙ୍କୁ ବିନା ଚିକିତ୍ସାରେ ଡାକ୍ତର ଜଣକ କୁଆଡେ ଏଠାରେ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ପାଇଁ କେହି ଡାକ୍ତର ନାହାନ୍ତି ତେଣୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ନେବା ପାଇଁ ପରାମର୍ଶ ଦେଇଥିବା ଉଭୟ ରୋଗୀ ଏବଂ ତାଙ୍କ ସ୍ବାମୀ ପ୍ରକାଶ କରିଛନ୍ତି।

publive-image

ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସାମନ୍ତ ପତ୍ନୀ ଉଷାର ଚିକିତ୍ସା କେଉଁଠି କରିବେ ସେଥିନେଇ ଚିନ୍ତାରେ ପଡ଼ିଯାଇଥିଲେ। ଶେଷକୁ ଅନ୍ୟ ଉପାୟ ନ ପାଇ ୭ହଜାର ୫୦୦ରେ ନିଜ ସୁନା ଅଳଙ୍କାରକୁ ବନ୍ଧକ କରି ପତ୍ନୀ ଉଷାକୁ ନେଇ କଟକ ବଡ଼ ମେଡିକାଲକୁ ଯାଉଛନ୍ତି ବୋଲି ସାମନ୍ତ କହିଛନ୍ତି। ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ପାଇଁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଶଯ୍ୟା ରହିଥିବା ବେଳେ ଆଉଟଡୋରରେ ଥିବା ଡାକ୍ତର ଜଣକ କିଭଳି ରୋଗୀଙ୍କୁ ବିନା ଚିକିତ୍ସାରେ କୋରାପୁଟ ମେଡିକାଲ କଲେଜକୁ ପଠାଇବାକୁ ପରାମର୍ଶ ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂପର୍କରେ ଆମ ପ୍ରତିନିଧି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରିବାରେ ରୋଗୀଙ୍କୁ କୋରାପୁଟ ପଠାଇଦେବାକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe