୨୯ଜିଲ୍ଲାକୁ ମାଡ଼ିଲା ଡେଙ୍ଗୁ : କଟକରେ ସର୍ବାଧିକ ୬୨, ସମ୍ବଲପୁରରେ ଜଣେ ଚିହ୍ନଟ

ଡେଇଁ ଚାଲିଛି ଡେଙ୍ଗୁ: ଗଞ୍ଜାମରେ ଦିନକରେ ତିନି, ସଂଖ୍ୟା ୫୬ ହେଲା

କଟକ : ଝାରସୁଗୁଡ଼ାକୁ ବାଦ୍‌ ଦେଇ ୨୯ଜିଲ୍ଲାକୁ ମାଡ଼ିଲାଣି ଡେଙ୍ଗୁ। ଆଜି କଟକ ଏସ୍‌ସିବିରେ ୧୩ଟି ରକ୍ତ ନମୂନା ପରୀକ୍ଷଣ କରାଯାଇଥିବାବେଳେ ସେଥିରୁ ସମ୍ବଲପୁରର ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ଦୀର୍ଘଦିନ ପରେ ଡେଙ୍ଗୁ ଚିହ୍ନଟ ସଂଖ୍ୟା ଆଜି ହ୍ରାସ ପାଇବା ସହ କଟକରେ କେହି ନଥିବା ଜଣାପଡିଛି। ଏଥିସହ ଦେଢ଼ ମାସ ଭିତରେ ରାଜ୍ୟ ସମେତ ରାଜ୍ୟ ବାହାରର ୧୩୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ସେଥିରୁ ୨ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଡେଙ୍ଗୁ ଆକ୍ରାନ୍ତ ତାଲିକାରେ କଟକ ଆଗରେ ରହିଥିବାବେଳେ ଜିଲ୍ଲାରେ ୬୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାନୁସାରେ, କଟକ ବଡମେଡିକାଲରେ ଜାନୁଆରିରୁ ଆଜି ସୁଦ୍ଧା ୭ମାସ ଭିତରେ ଓଡିଶା ସମେତ ଆନ୍ଧ୍ର, ଛତିଶଗଡ, ପଶ୍ଚିମବଙ୍ଗ, ଛତିଶଗଡ, ବିହାର, ମହାରାଷ୍ଟ୍ର, ଝାରଖଣ୍ଡ, ମଧ୍ୟପ୍ରଦେଶର ୨୨୧୯ ଜଣଙ୍କ ରକ୍ତ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ସେଥିରୁ ୧୮୯ ନମୁନାରେ ଡେଙ୍ଗୁ ଚିହ୍ନଟ ହୋଇଛି। ରାଜ୍ୟର କେବଳ ଝାରସୁଗୁଡା ଜିଲ୍ଲାକୁ ବାଦ୍‌ ଦେଲେ ସବୁ ଜିଲ୍ଲାରୁ ଡେଙ୍ଗୁ ପରୀକ୍ଷଣ ପାଇଁ ନମୁନା ଆସିଥିଲା। ୭ମାସରେ କଟକର ୬୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାର ସର୍ବାଧିକ ଟାଙ୍ଗୀରୁ ୧୬, ଚୌଦ୍ୱାରରୁ ୯ ଓ ଜଗତ୍‌ପୁରରୁ ୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ଡେଙ୍ଗୁ ଓ୍ଵାର୍ଡରେ ୩୩ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେଥିରୁ ଆଇସିୟୁରେ ୬ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe