ଟାଙ୍ଗୀ, ଚୌଦ୍ୱାର, ଜଗତପୁର ଡେଙ୍ଗୁ ପ୍ରବଣ: ପୁଣି କଟକରୁ ୬ ଚିହ୍ନଟ

Advertisment
ଟାଙ୍ଗୀ, ଚୌଦ୍ୱାର, ଜଗତପୁର ଡେଙ୍ଗୁ ପ୍ରବଣ: ପୁଣି କଟକରୁ ୬ ଚିହ୍ନଟ

କଟକ : ଟାଙ୍ଗୀ, ଚୌଦ୍ୱାର, ଜଗତ୍‌ପୁର, ମଙ୍ଗୁଳି ଅଞ୍ଚଳରେ ଏବେ ସଂଖ୍ୟାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଗତକାଲି ୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି କେବଳ କଟକରୁ ଚିହ୍ନଟ ହୋଇଛନ୍ତି ୬ଡେଙ୍ଗୁ ରୋଗୀ। ଏସ୍‌ସିବିରେ ଆଜି ୪୨ଟି ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୬ଟିରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନରେ ଟାଙ୍ଗୀ, ଚୌଦ୍ୱାର ଅଂଚଳରୁ ୨ଜଣ, ବେଲତେରୁଆଁ, ମଙ୍ଗୁଳି ଓ ଜଗତପୁର ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ। ୭ ମାସରେ କଟକ ଜିଲ୍ଲାରେ ୫୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ଟାଙ୍ଗୀ ଓ ଜଗତପୁରରେ ୯ ଜଣ ଲେଖାଏଁ ରୋଗୀ, ଚୌଦ୍ୱାର ଅଞ୍ଚଳରୁ ୭ ଜଣଙ୍କ ରକ୍ତ ନମୁନାରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଛି। ତେବେ ଆଜି ଡେଙ୍ଗୁ ଓ୍ଵାର୍ଡରେ ୩୨ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେଥିରୁ ଆଇସିୟୁରେ ୪ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe