ଏସ୍‌ସିବିରେ ଗୋଟିଏ ଦିନରେ ୧୪ ଡେଙ୍ଗୁ ରୋଗୀ ଚିହ୍ନଟ; କଟକର ୭

Advertisment
ରାଜ୍ୟର ୪୦ ପ୍ରତିଶତ ଡେଙ୍ଗୁ ଆକ୍ରାନ୍ତ ରାଜଧାନୀରେ

କଟକ : କଟକ ଜିଲ୍ଲାରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୂର୍ବରୁ ଜିଲ୍ଲାରେ ୨୪ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଗୋଟିଏ ଦିନରେ ୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଆଜି ଏସ୍‌ସିବିରେ ୫୮ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକି ଚଳିତ ବର୍ଷର ସର୍ବାଧିକ ବୋଲି କୁହାଯାଉଛି।

କଟକର ପୁଣି ଚୌଦ୍ୱାର, ମଙ୍ଗଳାବାଗ୍‌, ମହାନଦୀବିହାର, ମଙ୍ଗୁଳି, ପ୍ରଧାନପଡା, ନିଆଳି, ହରିକିନାରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର, ଭଦ୍ରକରେ ୨ଜଣ ଲେଖାଏଁ ଓ ଢେଙ୍କାନାଳ, ନୟାଗଡରେ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଅନ୍ୟପଟେ ସୂଚନା ଅନୁଯାୟୀ ସାରା ରାଜ୍ୟର ୧୪ଟି ଜିଲ୍ଲାକୁ ମାଡିଗଲାଣି ଡେଙ୍ଗୁ। ସେଥିରୁ କଟକ ଜିଲ୍ଲା ଆଗରେ ଥିବାବେଳେ ଗତକାଲି ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଥିବା ବେଳେ ଆଜି ଏହି ସଂଖ୍ୟା ୩୧ ଟପିଛି। ଆଜି ସୁଦ୍ଧା ଏସ୍‌ସିବିରେ ୧୮ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବାବେଳେ ସେଥିରୁ ୨ଜଣ ଆଇସିୟୁରେ ଥିବା ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe