ଗଞ୍ଜାମରେ ପ୍ରଥମ ଜୀବନ ନେଲା ଡେଙ୍ଗୁ: ଆର୍ଯ୍ୟପଲ୍ଲୀରେ ୧୩ ବର୍ଷ ବାଳକ ମୃତ,  ଗ୍ରାମର ୮ ଆକ୍ରାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି

Advertisment

ଗଞ୍ଜାମ ଜିଲ୍ଲାରେ ପାଦ ଥାପିଛି ଡେଙ୍ଗୁ। ଛତ୍ରପୁର ବ୍ଲକ୍‌ ବନ୍ଦର ଅଞ୍ଚଳ ବଡ଼ ଆର୍ଯ୍ୟପଲ୍ଲୀ ଗ୍ରାମରେ ୮ ଜଣ ଡେଙ୍ଗୁ‌ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନେ ବିଭିନ୍ନ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

ଗଞ୍ଜାମ ଜିଲ୍ଲାରେ ପାଦ ଥାପିଛି ଡେଙ୍ଗୁ। ଛତ୍ରପୁର ବ୍ଲକ୍‌ ବନ୍ଦର ଅଞ୍ଚଳ ବଡ଼ ଆର୍ଯ୍ୟପଲ୍ଲୀ ଗ୍ରାମରେ ୮ ଜଣ ଡେଙ୍ଗୁ‌ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନେ ବିଭିନ୍ନ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

gngnggn

ବ୍ରହ୍ମପୁର/ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ପାଦ ଥାପିଛି ଡେଙ୍ଗୁ। ଛତ୍ରପୁର ବ୍ଲକ୍‌ ବନ୍ଦର ଅଞ୍ଚଳ ବଡ଼ ଆର୍ଯ୍ୟପଲ୍ଲୀ ଗ୍ରାମରେ ୮ ଜଣ ଡେଙ୍ଗୁ‌ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନେ ବିଭିନ୍ନ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସଂକଟାପନ୍ନ ଥିବା ଜଣେ ୧୩ବର୍ଷର ନାବାଳକଙ୍କ ଡେଙ୍ଗୁରେ ଜୀବନ ଯାଇଛି। ସେହିପରି ତାଙ୍କର ସାନଭାଇ ଓ ମାମୁ ମଧ୍ୟ ଆକ୍ରାନ୍ତ ହୋଇ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଆଉ ଜଣେ ବ୍ରହ୍ମପୁରରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ଏହି ଘଟଣା ପ୍ରଚାର ହେବା ପରେ ମେଡିକାଲ ଟିମ୍‌ ଗାଁରେ ପହଞ୍ଚି ମୃତକଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରିବା ସହିତ ସ୍କ୍ରିନିଂ ଆରମ୍ଭ କରି ଦେଇଛି। ଆସନ୍ତାକାଲି ବଡ଼ ଆର୍ଯ୍ୟପଲ୍ଲୀ ଗାଁରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଲୋକଙ୍କୁ ସଚେତନ କରାଯିବ। ସେହିପରି ଡେଙ୍ଗୁ ମଶା ସୃଷ୍ଟି ହେଉଥିବା ଲାର୍ଭା ଚିହ୍ନଟ କରି ନଷ୍ଟ କରାଯିବ ବୋଲି ମୁନିଷିପେଣ୍ଠ ସିଏଚ୍‌ସି ଅଧୀକ୍ଷକ ଡା. ସ୍ବାଧୀନ ରଥ କହିଛନ୍ତି। ଏ ନେଇ ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ ଚିଠି କରାଯାଇଛି। ଅଗାମୀ ୭ଦିନ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଗାଁରେ ଡେଙ୍ଗୁ ମଶା ନିପାତ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସ୍କ୍ରିନିଂ ଆରମ୍ଭ, ପାଣି ନମୁନା ସଂଗ୍ରହ ହେବ

ବଡ଼ ଆର୍ଯ୍ୟପଲ୍ଲୀର ଗୋଟିଏ ପରିବାରର ଦୁଇ ଭାଇ ଓ ମାମୁଙ୍କୁ କିଛିଦିନ ହେଲା ଜ୍ବର ହୋଇଥିଲା। ସେମାନେ ଡାକ୍ତରଖାନାକୁ ନଆସି ଗାଁରେ ଥିବା କ୍ବାକ୍‌ଙ୍କ ଠାରୁ ଔଷଧ ଖାଇଥିଲେ। ପ୍ରାୟ ଦୁଇ ସପ୍ତାହ ପରେ ମଧ୍ୟ ଜ୍ବର ଭଲ ହୋଇ ନଥିଲା। ଘରୋଇ ମେଡିକାଲରେ ଦେଖାଇବା ପରେ ତାଙ୍କର ଡେଙ୍ଗୁ ଲକ୍ଷଣ ଥିବା ଜଣାପଡ଼ିଥିଲା। ଏଣୁ ତୁରନ୍ତ ୩ଜଣଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଚିକିତ୍ସାଧୀନ ଅଛନ୍ତି। ଏମାନେ ସରକାରୀ ଡାକ୍ତରଖାନାରେ ଡେଙ୍ଗୁ ପରୀକ୍ଷା କରାଇ ନାହାନ୍ତି ବୋଲି ଡା. ରଥ କହିଛନ୍ତି, କିନ୍ତୁ ଡେଙ୍ଗୁ ଲକ୍ଷଣ ଥିବା ପରିବାରବର୍ଗ କହିଛନ୍ତି। ଗାଁରେ ଆହୁରି କିଛି ଲୋକ ଜ୍ବରରେ ପୀଡ଼ିତ ଅଛନ୍ତି।

ଏଣୁ ଆସନ୍ତାକାଲି ଠାରୁ ଗାଁରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଡା. ରଥ କହିଛନ୍ତି। ବଡ଼ ଆର୍ଯ୍ୟପଲ୍ଲୀ ଏକ ମତ୍ସ୍ୟଜୀବୀ ଗାଁ। ପ୍ରତିବର୍ଷ ଏହି ଗାଁରେ ଡେଙ୍ଗୁ ଜ୍ବର ବ୍ୟାପିଥାଏ। କାରଣ ମତ୍ସ୍ୟଜୀବୀମାନେ ମାଛ ଧରି ଫେରିବା ପରେ ଡଙ୍ଗାକୁ ଜେଟିରେ ରଖିଥାନ୍ତି। ହେଲେ ସେହି ଡଙ୍ଗାରେ ଜମା ହୋଇ ରହୁଥିବା ପାଣି କିମ୍ବା ଡ୍ରମ୍‌ରେ ଥିବା ପାଣି ଖାଲି କରି ନଥାନ୍ତି। ଦୀର୍ଘଦିନ ଧରି ସେଠାରେ ପାଣି ରହି ଡେଙ୍ଗୁ ମଶା ସୃଷ୍ଟି ହୋଇଥାଏ। ଗାଁରେ ସେଭଳି ସ୍ଥାନ ଚିହ୍ନଟ କରି ପାଣି ସଫା କରାଯିବ। କ୍ବାକ୍‌ମାନଙ୍କ ଯୋଗୁଁ ଲୋକେ ଡାକ୍ତରଖାନା ଆସୁ ନାହାନ୍ତି। କିଛିଦିନ ଔଷଧ ଖାଇ ଘରେ ରହିବା ପରେ ଗୁରୁତର ହେଲେ ମେଡିକାଲ ଆସୁଛନ୍ତି। ଫଳରେ ରୋଗୀ ମୃତ୍ୟୁମୁଖରେ ପଡ଼ୁଥିବା ଅଭିଯୋଗ ହେଉଛି। ଏଣୁ ପ୍ରଥମେ ସେହି ଅଞ୍ଚଳରେ ଥିବା କ୍ବାକ୍‌ମାନଙ୍କ ଉପରେ ଲଗାମ ଲଗାଇବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe