୨୭ ଜିଲ୍ଲାରେ ଡେଙ୍ଗୁ ଆତଙ୍କ

ବାଲେଶ୍ୱରରେ ୬୫୩ ଆକ୍ରାନ୍ତ, ରାଜ୍ୟରେ ୧୭୬୮

୨୭ ଜିଲ୍ଲାରେ ଡେଙ୍ଗୁ ଆତଙ୍କ

ଭୁବନେଶ୍ୱର : ରାଜ୍ୟରେ ୨୭ଟି ଜିଲ୍ଲାରେ ଏବେ ଡେଙ୍ଗୁ ମାତିଛି। କେବଳ ମାଲକାନାଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ଡେଙ୍ଗୁ ନିଜର କାୟା ବିସ୍ତାର କରି ସାରିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୧୭୬୮ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଥିବା ବେଳେ ରାଜ୍ୟ ବାହାରର ୨୯ଜଣ ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୬୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭଦ୍ରକରେ ୨୫୨, କଟକରେ ୨୧୫, ଯାଜପୁରରେ ୧୩୯, ଜଗତସିଂହପୁରରେ ୮୨, ଖୋର୍ଧାରେ ୭୬, କେନ୍ଦ୍ରାପଡ଼ାରେ ୫୮, ଗଞ୍ଜାମରେ ୪୮, ପୁରୀରେ ୪୫. କେନ୍ଦୁଝରରେ ୪୪, ଢେଙ୍କାନାଳରେ ୨୬, ମୟୂରଭଞ୍ଜରେ ୨୧, ବରଗଡ଼ରେ ୧୩, ନୟାଗଡ଼ରେ ୧୦, ବଲାଙ୍ଗୀରରେ ୮, କଳାହାଣ୍ଡି, ସୋନପୁରରେ ୬, କନ୍ଧମାଳ ଓ ରାୟଗଡ଼ାରେ ୫ ଲେଖାଏଁ, ସମ୍ବଲପୁରରେ ୪, ସୁନ୍ଦରଗଡ଼ରେ ୩, ବୌଦ୍ଧ, ଦେବଗଡ଼ ଓ ଗଜପତିରେ ଗୋଟିଏ ଲେଖାଏଁ ଓ ଝାରସୁଗୁଡ଼ାରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଚଳିତବର୍ଷ ଡେଙ୍ଗୁରେ ୫ଜଣଙ୍କର ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଯେତିକି ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ତାହାର ୫୦ପ୍ରତିଶତ ଆକ୍ରାନ୍ତ ରାଜ୍ୟ ବାହାରେ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe