କାଳିଆପାଣିରେ ଡେଙ୍ଗୁରୋଗୀ ଚିହ୍ନଟ

ସମ୍ବଲପୁରରେ ୫ ଡେଙ୍ଗୁ ରୋଗୀ ଚିହ୍ନଟ

India.com

କାଳିଆପାଣି : ଓଡ଼ିଶା ଖଣି ନିଗମ(ଓଏମସି) କାଳିଆପାଣି ଟାଉନସିପ କଲୋନିର ପ୍ରଦୀପ କୁମାର ନାୟକ(୫୬) ଡେଙ୍ଗୁରୋଗୀ ବୋଲି ଚିହ୍ନଟ ହୋଇଛନ୍ତି। କାଳିଆପାଣି ନିର୍ମାଣ ବିଭାଜନରେ ୱ୍ବାର୍କସର୍କାର ଭାବେ କାର୍ଯ୍ୟରତ ଶ୍ରୀ ନାୟକ ଗତ ୧୫ ଦିନ ଧରି ଜ୍ବରରେ ଆକ୍ରାନ୍ତ ଥିଲେ। ୧୯ ତାରିଖରେ ତାଙ୍କୁ କଳିଙ୍ଗନଗର ଟାଟାଷ୍ଟିଲ ମେଡିକା ହସ୍ପିଟାଲ ନିଆଯାଇଥିଲା। ସେଠାରେ ସ୍ବତନ୍ତ୍ର ଡେଙ୍ଗୁୱାର୍ଡରେ ରହି ସେ ଚିକିତ୍ସିତ ହୋଇଥିଲେ।

ମାସମାସ ଧରି ଓଏମସି କଲୋନି ପରିବେଶ ବିପର୍ଯ୍ୟସ୍ତ ହୋଇ ରହିଥିବା ସହ ଏଠାରେ ଏଡିସ୍ ମଶାବଂଶ ବୃଦ୍ଧି ପାଇଥିବାରୁ ସାଧାରଣ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସମଗ୍ର କଲୋନିରେ ମଶାଧୂଆଁ ପ୍ରୟୋଗ ସହ ନାଳନର୍ଦ୍ଦମାରେ ମଶାତେଲ ପକାଇବା ପାଇଁ ଶ୍ରମିକନେତା ନାରାୟଣ ଚନ୍ଦ୍ର ଧୀର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe