ଗାଁକୁ ଗାଁ ଡେଉଁଛି ଡେଙ୍ଗୁ, ଜନସାଧାରଣ ଆତଙ୍କିତ

ଗାଁକୁ ଗାଁ ଡେଉଁଛି ଡେଙ୍ଗୁ, ଜନସାଧାରଣ ଆତଙ୍କିତ

ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ରେ ଗୋଟିଏ ଗ୍ରାମରୁ ଆଉ ଗୋଟିଏ ଗ୍ରାମକୁ ଡେଙ୍ଗୁ ସଂକ୍ରମଣ ବଢ଼ି ଚାଲିଛି। ଡେଙ୍ଗୁ ସଂକ୍ରମଣ ହେଉଥିବା ଗ୍ରାମଗୁଡ଼ିକରେ ଜନସାଧାରଣ ଅତଙ୍କିତ ଅବସ୍ଥାରେ ଥିବା ବେଳେ ଏହାକୁ ରୋକିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆ ଯାଉନଥିବା ଅଭିଯୋଗ ହେଉଛି।

ସୂଚନାଯୋଗ୍ୟ, କିଛିଦିନ ତେଳେ ବ୍ଲକ୍‌ର ଗୋଳାପୋଖରୀ, ଜଗଦୀଶପ୍ରସାଦ, ଶାଳପଡ଼ା ଏବଂ ବାରବାଟୀ ଗ୍ରାମଗୁଡ଼ିକରେ ଡେଙ୍ଗୁ କାୟାବିସ୍ତାର କରିଚାଲିଛି। ବହୁ ଜନସାଧାରଣ ଏହି ଡେଙ୍ଗୁ ଜ୍ବରରେ ଆକ୍ରାନ୍ତ ହେଉଥିବା ଜାଣିବାକୁ ମିଳିଛି। ବର୍ତ୍ତମାନ ବାଇଗୁଣିଆ ପଞ୍ଚାୟତର କେଶରସିଂହ ଗ୍ରାମରେ ଡେଙ୍ଗୁ ସଂକ୍ରମଣ ଆରମ୍ଭ ହୋଇଛି। ଗ୍ରାମରେ ପ୍ରାୟ ୬ ଶହରୁ ଊର୍ଦ୍ଧ୍ବ ଜନସାଧାରଣ ବାସ କରୁଥିବା ବେଳ‌େ ଏଠାରେ ୩ ଜଣ ବ୍ୟକ୍ତି ଡେଙ୍ଗୁ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଘରେଘରେ ଲୋକେ ଜ୍ବରରେ ପଡ଼ୁଥିବା ବେଳେ ଡେଙ୍ଗୁ ଆଶଙ୍କା ଆତଙ୍କର ବାତାବରଣ ସୃଷ୍ଟିକରିଛି। ଖବର ପାଇ ଭାପୁର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୁପରଭାଇଜର ନିରାକାର ସାହୁ, ସ୍ବାସ୍ଥ୍ୟକର୍ମୀ କବୀନ୍ଦ୍ର କୁମାର ପରିଡ଼ା, କିଶୋର ଚନ୍ଦ୍ର ସ୍ବାଇଁ, ଆଶାକର୍ମୀ ସବିତା ଦଳବେହେରା ଓ ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଘର ବୁଲି ଡେଙ୍ଗୁ ଜ୍ବରରୁ ସୁରକ୍ଷା ପାଇବାପାଇଁ ଲୋକଙ୍କୁ ସଚେତନ କରିଛନ୍ତି। ଚିକିତ୍ସା ପାଇଁ ଔଷଧ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe