ଭଦ୍ରକ ଆଗରପଡ଼ାରେ କାୟା ମେଲାଉଛି ଡେଙ୍ଗୁ

Advertisment

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଅନ୍ତର୍ଗତ ଆଗରପଡ଼ା ଅଞ୍ଚଳରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଡେଙ୍ଗୁରେ ସରପଞ୍ଚ, ଦୁଇ ଅଙ୍ଗନବାଡ଼ି କର୍ମୀଙ୍କ ସମେତ ବହୁ ପରିବାର ଆକ୍ରାନ୍ତ ହୋଇଛନ୍ତି।

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଅନ୍ତର୍ଗତ ଆଗରପଡ଼ା ଅଞ୍ଚଳରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଡେଙ୍ଗୁରେ ସରପଞ୍ଚ, ଦୁଇ ଅଙ୍ଗନବାଡ଼ି କର୍ମୀଙ୍କ ସମେତ ବହୁ ପରିବାର ଆକ୍ରାନ୍ତ ହୋଇଛନ୍ତି।

ଚିକିତ୍ସାଳୟରୁ ଡେଙ୍ଗୁ ମଶା ଘଉଡ଼ାଇବାକୁ ହେବ ସ୍ବତନ୍ତ୍ର ଯୋଜନା

ଆଗରପଡ଼ା : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଅନ୍ତର୍ଗତ ଆଗରପଡ଼ା ଅଞ୍ଚଳରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଡେଙ୍ଗୁରେ ସରପଞ୍ଚ, ଦୁଇ ଅଙ୍ଗନବାଡ଼ି କର୍ମୀଙ୍କ ସମେତ ବହୁ ପରିବାର ଆକ୍ରାନ୍ତ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେଭଳି କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ଆକ୍ରାନ୍ତମାନେ ଆଗରପଡ଼ା, ଭଦ୍ରକ ଏପରିକି କଟକରେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ଏହାମଧ୍ୟରେ କେତେଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।

ସରପଞ୍ଚ, ୨ ଅଙ୍ଗନବାଡ଼ି କର୍ମୀଙ୍କ ସହ ବହୁ ପରିବାର ଆକ୍ରାନ୍ତ

ସୂଚନା ଅନୁସାରେ, ବଡ଼ମହିଷଗୋଠ ପଞ୍ଚାୟତର କୁଆଁଶମଢ଼ିଆ ଗ୍ରାମ ସମେତ ଏହାର ଆଖପାଖ ଗ୍ରାମରେ ବହୁ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ବଡ଼ମହିଷଗୋଠ ପଞ୍ଚାୟତର ସରପଞ୍ଚ ବିନୋଦିନୀ ମହାନ୍ତି, ଲୋକନାଥ ମହାନ୍ତି, ରମେଶ ମହାନ୍ତି, ସୁକାନ୍ତ ଦାସ, ସିନ୍ଧୁସୂତା ମହାନ୍ତି, ପ୍ରଫୁଲ୍ଲ ଭୂୟାଁ, ଲଳିତ ମୋହନ ମହାନ୍ତି, ଜାନକୀଲତା ମହାନ୍ତି, ବାଉଲା ନାଥ, ଶଙ୍କର୍ଷଣ ଦାସ, ଖଇରା ଦାସ, ଟିକିଲି ମହାନ୍ତି, ଦୟାନିଧି ଜେନା, ରୀନା ଜେନା, ପ୍ରଦୀପ ନାଇକ, ସୁଖ ନାଇକ, ଗୁଡ଼ୁ ନାଇକ, ସ୍ୱର୍ଣ୍ଣଲତା ଦାସ ପ୍ରମୁଖ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେହିପରି ଗୋପିନାଥପୁର ପଞ୍ଚାୟତ ଅମରସିଂହପୁର ଗ୍ରାମର ବିଶ୍ୱଭାରତୀ ନାୟକ, ଭାଗ୍ୟଲକ୍ଷ୍ମୀ ବେହେରା, ସାହୁପଡ଼ାର ଅଙ୍ଗନବାଡ଼ି କର୍ମୀ ସାବିତ୍ରୀ ବେହେରା, ସୁଭଦ୍ରା ବେହେରା, ଜୟନ୍ତ ବେହେରା, ଅମରସିଂହପୁର ଅଙ୍ଗନବାଡ଼ି କର୍ମୀ ସବିତା ବେହେରା, କାହ୍ନୁଚରଣ ବେହେରା ପ୍ରମୁଖ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରଥମେ ଆଗରପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହୋଇଛନ୍ତି। 

ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ସୁଦ୍ଧା ଅଦ୍ୟାବଧି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ କୌଣସି ସଚେତନତା କାର୍ଯ୍ୟକ୍ରମ କରାଯାଇନାହିଁ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯୁବନେତା ରଣଜିତ ମହାନ୍ତି, ଦୀପକ ମହାନ୍ତି, ଆଶିଷ ମହାନ୍ତିଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ମନୋଜ ପତିଙ୍କୁ ଏ ସଂପର୍କରେ ଅଭିଯୋଗ କରିବା ପରେ ସେ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ଟିମ୍ ସେଠାକୁ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe