ଡେଙ୍ଗୁ, ମାଲେରିଆ ଟେଷ୍ଟିଂ ବଢ଼ାଇବା ଦରକାର

Advertisment
ଗଞ୍ଜାମରେ ଡେଇଁ ଚାଲିଛି ଡେଙ୍ଗୁ, ଆନ୍ଧ୍ର ସୀମାନ୍ତ ପାତ୍ରପୁରରେ ସ୍ଥିତି ସଙ୍ଗିନ

ଭୁବନେଶ୍ବର : ବର୍ଷା ଆରମ୍ଭ ହୋଇଯାଇଥିବାରୁ ପାଣି ଜମୁ ଥିବା ଅଞ୍ଚଳରେ ମଶା ଜନିତ ରୋଗ ଯଥା ଡେଙ୍ଗୁ, ମାଲେରିଆ ଆଦିର ଆଶଙ୍କା ବୃଦ୍ଧି ପାଇଛି। ଏହି ସ୍ଥିତିର ମୁକାବିଲା ଲାଗି ଡେଙ୍ଗୁ ଓ ମାଲେରିଆ ଟେଷ୍ଟିଂ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଏପିଆଇ/ଆଇସିପି/ପିଆର୍‌ଏଫ୍‌ର ପୂର୍ବତନ ସେକ୍ରେଟାରି ଜେନେରାଲ୍ ପ୍ରଫେସର ମଙ୍ଗେଶ ତିୱାସ୍କର କହିଛନ୍ତି ଯେ ଡେଙ୍ଗୁ ପରିଚାଳନାର ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ମାମଲାଗୁଡ଼ିକୁ ଆଗୁଆ ଚିହ୍ନଟ କରିବ। ଶୀଘ୍ର ନିଦାନ ଓ ଉପଯୁକ୍ତ ରୋଗ ପରିଚାଳନା ଦ୍ବାରା ଘାତକ ମାମଲାକୁ ୧ ପ୍ରତିଶତରୁ କମ୍ କରାଯାଇପାରିବ। ଡେଙ୍ଗୁ କ୍ଷେତ୍ରରେ କୌଣସି ପ୍ରତ୍ୟକ୍ଷ ଆଣ୍ଟିଭାଇରାଲ୍ ଚିକିତ୍ସା ସୁବିଧା ନାହିଁ। ଡକ୍ସିସାଇକ୍ଲିନ୍‌ ଭଳି ଆଣ୍ଟିବାୟୋଟିକ୍‌ର ବ୍ୟବହାର କରାଯାଇପାରେ। ଯେହେତୁ ଡେଙ୍ଗୁ ପାଇଁ କୌଣସି ଔଷଧ ନାହିଁ ତେଣୁ ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ତାହାକୁ ରୋକିବା ଲାଗି ଉଦ୍ୟମ କରିବା ନିହାତି ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe