ରାତିଅଧରେ ମାଡ଼ିଆସିଲା ଘନ କୁହୁଡ଼ି: ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ, ୪ ଗୁରୁତର

Advertisment

ଆଜି ରାତି ସାଢ଼େ ଗୋଟାଏ ବେଳେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ବାଇପାସ୍ ନିକଟସ୍ଥ ଲିଙ୍ଗିପୁର ଟ୍ରାଫିକ୍‌ ପୋଷ୍ଟର ୧୦୦ ମିଟର ଦୂରରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଡ୍ରାଇଭରଙ୍କ ନାମ ସୁନୀଲ ସ୍ବାଇଁ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

Updated On

ଆଜି ରାତି ସାଢ଼େ ଗୋଟାଏ ବେଳେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ବାଇପାସ୍ ନିକଟସ୍ଥ ଲିଙ୍ଗିପୁର ଟ୍ରାଫିକ୍‌ ପୋଷ୍ଟର ୧୦୦ ମିଟର ଦୂରରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଡ୍ରାଇଭରଙ୍କ ନାମ ସୁନୀଲ ସ୍ବାଇଁ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

ଅଦ୍ୟତନ ହୋଇଛି
dsdsdsd

ଧଉଳି/ଭୁବନେଶ୍ବର: ଆଜି ରାତି ସାଢ଼େ ଗୋଟାଏ ବେଳେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ବାଇପାସ୍ ନିକଟସ୍ଥ ଲିଙ୍ଗିପୁର ଟ୍ରାଫିକ୍‌ ପୋଷ୍ଟର ୧୦୦ ମିଟର ଦୂରରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଡ୍ରାଇଭରଙ୍କ ନାମ ସୁନୀଲ ସ୍ବାଇଁ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ଅନ୍ୟ ଚାରିଜଣ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ଥିତି ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି। ଆହତମାନେ ହେଲେ ରାଜେଶ ମହାରଣା ଓ କାହ୍ନୁଚରଣ ମଲ୍ଲିକ, ଚନ୍ଦନ ମଲ୍ଲିକ ଓ ସଂଗ୍ରାମ ରାଉତ। ଏମାନେ ସମସ୍ତେ ମଞ୍ଚେଶ୍ବରଠାରେ ଥିବା ଶ୍ରୀ ଗୁରୁ  ମହିମା ମିକ୍ସର କଂପାନିରେ କାମ କରନ୍ତି। 

ସମସ୍ତଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଗଲା
ଦ୍ରୁତଗାମୀ କାର୍‌ ପ୍ରଥମେ ଗଛ ଓ ପରେ 
ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇଥିଲା

ଧଉଳିରେ ଏକ ଭୋଜି ଖାଇ ଫେରୁଥିଲେ। ଖବର ଅନୁସାରେ, ଆଜି ରାତିରେ ପ୍ରବଳ କୁହୁଡ଼ି ହୋଇଥିଲା। ସାମ୍ନାରେ ୩୦ମିଟର ବି ଦେଖାଯାଉନଥିଲା। ମାତ୍ର ଅତି ଦ୍ରୁତ ବେଗରେ ଆସୁଥିବା ଏହି କାର୍ (ଓଡି-୦୨-ବିଡବ୍ଲୁ-୪୬୬୨) ନିୟନ୍ତ୍ରଣ ହରାଇ ପ୍ରଥମେ ଗୋଟିଏ ଗଛରେ ପିଟି ହୋଇଥିଲା। କାର୍‌ର ବେଗ ଏତେ ଅଧିକ ଥିଲା ଯେ ଗଛଟି ଦୁଇ ଫାଳ ହୋଇଯାଇଥିଲା। ଏଥିସହିତ କାର୍‌ ଆଗକୁ ବଢ଼ି ନିକଟସ୍ଥ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍‌କା ଦେଇଥିଲା। କାର୍‌ ଚୂର୍‌ମାର୍‌ ହୋଇଯାଇଥିଲା ଓ ବିଦ୍ୟୁତ୍‌ ଖୁଣ୍ଟ ବଙ୍କା ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା। ଉପସ୍ଥିତ ଲୋକେ ଦୁଇଜଣଙ୍କୁ ଉଦ୍ଧାର କରିବା ପରେ ଜାଣିପାରିଥିଲେ ଯେ କାର୍‌ରେ ବିଦ୍ୟୁତ୍ ସଂଯୋଗ ହୋଇଛି। ପରେ ଅଗ୍ନିଶମ ବାହିନୀ ପହଞ୍ଚି ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲେ। ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe