କୁହୁଡ଼ି ଯୋଗୁଁ ଆନନ୍ଦପୁରରେ ବୋଲେରୋ ଓଲଟି ୨ ମହିଳା ସାଙ୍ଘାତିକ ଆହତ; ଭୁବନେଶ୍ୱରରୁ ବିମାନ ଉଡ଼ାଣରେ ବିଳମ୍ବ

ପୋଲ ତଳକୁ ଖସିଲା କମାଣ୍ତର: ୧୮ ଆହତ, ୪ ଗୁରୁତର

ଆନନ୍ଦପୁର: ଶନିବାର ପ୍ରତ୍ୟୁଷରେ କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥସ୍ଥିତ ହସନପୁର ଟୋଲ୍‌ ଗେଟ୍‌ ନିକଟରେ ଗୋଟାଏ ବୋଲେରୋ ଓଲଟି ପଡ଼ିବାରୁ ଦୁଇ ଜଣ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଛି।

ଭୋର୍‌ ପ୍ରାୟ ୩ଟା ସମୟରେ ଘନ କୁହୁଡ଼ି ଘୋଟିଥିବା ବେଳେ ପୁରୀରୁ ୭ ଜଣ ବ୍ୟକ୍ତିଙ୍କୁ ନେଇ ଫେରୁଥିବା ବୋଲେରୋ ଗାଡ଼ିଟିର ଚାଳକ କୌଣସି କାରଣରୁ ଗାଡ଼ିରୁ ନିୟନ୍ତ୍ରଣ ହରାଇବାରୁ ତାହା ଓଲଟି ପଡ଼ିଥିଲା।

ଚିକିତ୍ସା କରାଇବା ନିମନ୍ତେ ସ୍ଥାନୀୟ ଖଡ଼ିପାଳ ଗ୍ରାମର ଉକ୍ତ ଦୁଇ ମହିଳାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟନା ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ଅଞ୍ଚଳରେ ଘଟିଛି।

ଆଜି ପ୍ରତ୍ୟୁଷରୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅତି ଘନ କୁହୁଡ଼ି ଘୋଟିଥିବାରୁ ଯାନବାହନ ଚଳାଇବାରେ ଡ୍ରାଇଭର୍‌ମାନଙ୍କୁ ଅସୁବିଧା ହୋଇଥିଲା।

କୁହୁଡ଼ି ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରୁ ଅନ୍ୟୂନ ୬ଟି ବିମାନ ଉଡ଼ାଣରେ ବିଳମ୍ବ ଘଟିଛି। ଦିନ ୧୧ଟା ପରେ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ରେଳଗାଡ଼ିର ବେଗ ମଧ୍ୟ ସ୍ୱାଭାବିକ ଠାରୁ କମ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe