୪ ବର୍ଷରେ ଘଞ୍ଚ ଜଙ୍ଗଲ ସୃଷ୍ଟି: ଦ୍ରୁତ ବନୀକରଣରେ ସହାୟକ ହେଉଛି ମିଆୱାକି ପ୍ରଣାଳୀ

ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଜାପାନର ମିଆୱାକି ପ୍ରଣାଳୀରେ ବନୀକରଣ କରି ସଫଳତା ପାଇଛି ନବରଙ୍ଗପୁର ବନ ବିଭାଗ। ଦେଶର ଅନ୍ୟ ସ୍ଥାନରେ ପୂର୍ବରୁ ଏହି ପ୍ରଣାଳୀରେ ଜଙ୍ଗଲ ସୃଷ୍ଟି କରାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ପ୍ରଥମ କରି ବନୀକରଣ କରାଯାଇଛି।

fshhfhfhhfh

ନବରଙ୍ଗପୁର: ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଜାପାନର ମିଆୱାକି ପ୍ରଣାଳୀରେ ବନୀକରଣ କରି ସଫଳତା ପାଇଛି ନବରଙ୍ଗପୁର ବନ ବିଭାଗ। ଦେଶର ଅନ୍ୟ ସ୍ଥାନରେ ପୂର୍ବରୁ ଏହି ପ୍ରଣାଳୀରେ ଜଙ୍ଗଲ ସୃଷ୍ଟି କରାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ପ୍ରଥମ କରି ବନୀକରଣ କରାଯାଇଛି। ପ୍ରାକୃତିକ ଉପାୟରେ ଜଙ୍ଗଲ ସୃଷ୍ଟି ପାଇଁ ବର୍ଷ ବର୍ଷ ଲାଗୁଥିବା ବେଳେ କମ୍‌ ସ୍ଥାନରେ ଏବଂ କମ୍‌ ସମୟରେ ଜଙ୍ଗଲ ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଜାପାନର ମିଆୱାକି ପ୍ରଣାଳୀ। ୨୦୨୦ରେ ନବରଙ୍ଗପୁର ଚରକ ବନ ନିକଟରେ ବନ ବିଭାଗ ପକ୍ଷରୁ ୨.୫ ଏକର ଜମିରେ ମିଆୱାକି ପଦ୍ଧତିରେ ବୃକ୍ଷରୋପଣ କରାଯାଇଥିଲା। ବୃକ୍ଷରୋପଣ ସ୍ଥାନକୁ ପ୍ରଥମେ ଜେସିବି ଲଗାଇ ପ୍ରାୟ ଏକ ମିଟର ଗଭୀର ପର୍ଯ୍ୟନ୍ତ ମାଟି ଖୋଳି ବାହାର କରାଯାଇଥିଲା। ପ୍ରାକୃତିକ ଉପାୟରେ ଗୋବର ଖତ, ଜିଆ ଖତ, ତସୁ, ମାଟି ଓ ବାଲିକୁ ସ୍ତରସ୍ତର କରି ପୋତା ଯାଇଥିଲା। ଏହା ପରେ ଜମିକୁ ହଳ କରି ବନୀକରଣ ପାଇଁ ୫୦ ମିଟର ଲମ୍ବ ଓ ୫ ମିଟର ଓସାରରେ ୨୮ଟି ବେଡ୍‌ ପ୍ରସ୍ତୁତ କରାଯାଇଥିଲା। 

ଏହା ଦ୍ୱାରା ମାଟି ହାଲୁକା ହେବା ସହ ଗଛର ଚେର ଉତ୍ତମ ଭାବେ ବଢ଼ିବାରେ ସହାୟକ ହୋଇଥିଲା। ବନୀକରଣ ପାଇଁ ପ୍ରତି ବେଡ୍‌ରେ ଅଢ଼େଇ ଫୁଟ ଗଭୀରର ଗାତ ଖୋଳି ପ୍ରତି ୧ମିଟର ବ୍ୟବଧାନରେ ଗୋଟିଏ ଲେଖାଏଁ ଗଛ ଲଗାଯାଇଥିଲା। ୨୮ଟି ବେଡ୍‌ରେ ୯୮ କିସମର ଦେଶୀ ଓ ବିଦେଶୀ ଚାରାରୋପଣ କରାଯାଇଥିଲା। ବିଶେଷ କରି ରୋଜିଆ, ଟୋବିଭିଆ ଓରିକା, ଓସ୍ତ, ଟୋବିଭିଆ ଆର୍ଜେଣ୍ଟିନା, ମାଖମିଆ, ଲୁଟିଆ ଭଳି ବିଦେଶୀ ଗଛ ସହ ନାଗେଶ୍ୱର, ମୁଚୁକୁନ୍ଦ, ରକ୍ତ ଚନ୍ଦନ, ଅଶୋକ, ତେଜପତ୍ର, ଡାଲଚିନ, ଗଙ୍ଗଶିଉଳି, କମଳାଗୁଣ୍ଡି, ରୁଦ୍ରାକ୍ଷ, ଶାଳ, ପିଆଶାଳ, କୃଷ୍ଣଚୂଡା, ରାଧାଚୂଡା, ଅଁଳା, ଶିଶୁ, ଗମ୍ଭାରୀ, ଅର୍ଜୁନ ଭଳି ମୋଟ ଔଷଧ ଜାତୀୟ ୮ ହଜାର ୪ଶହ ଚାରା ଲଗାଯାଇଥିଲା। ୪ବର୍ଷ ମଧ୍ୟରେ ଗଛ ଗୁଡିକର ଉଚ୍ଚତା ପ୍ରାୟ ୨୦ରୁ ୩୦ ଫୁଟ ପର୍ଯ୍ୟନ୍ତ ବୃଦ୍ଧିପାଇଛି। ସମସ୍ତ ଗଛର ରକ୍ଷଣାବେକ୍ଷଣ ପାଇଁ ଏକ ଟିମ୍‌କୁ ନିୟୋଜିତ କରାଯାଇଛି। କାମ୍ପା ପାଣ୍ଠିରୁ ଏଥିପାଇଁ ୩୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ପଦ୍ଧତିରେ କମ୍‌ ସମୟରେ ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇପାରୁଥିବାରୁ ସହରାଞ୍ଚଳର ସ୍ବଳ୍ପ ଜମିରେ ଜଙ୍ଗଲ ସୃଷ୍ଟି କରିବା ଆଶା ଉଜ୍ଜୀବିତ ହୋଇଛି। ଜିଲ୍ଲାର ଅନ୍ୟ ସହର ଓ ଖାଲିଥିବା ଜଙ୍ଗଲ ଜମିରେ ପର୍ଯ୍ୟାୟକ୍ରମେ ଏହି ପଦ୍ଧତିରେ ଜଙ୍ଗଲ ସୃଷ୍ଟି ପାଇଁ ଯୋଜନା କରାଯାଉଥିବା କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe