ଫନି ସମୟରେ ଡେଣ୍ଟାଲ କଲେଜ ପରୀକ୍ଷାକୁ ନେଇ ହାଇକୋର୍ଟରେ ମାମଲା, ରାଜ୍ୟ ସରକାରଙ୍କୁ ନୋଟିସ୍

ଫନି ସମୟରେ ଡେଣ୍ଟାଲ କଲେଜ ପରୀକ୍ଷାକୁ ନେଇ ହାଇକୋର୍ଟରେ ମାମଲା, ରାଜ୍ୟ ସରକାରଙ୍କୁ ନୋଟିସ୍

କଟକ: ପ୍ରଳୟଙ୍କାରୀ ବାତ୍ୟା ‘ଫନି’ର ପ୍ରଭାବରେ କଟକ ସହିତ ଅନ୍ୟ ଜିଲ୍ଲା ଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ଏହି ସମୟରେ ଏସସିବି ଡେଣ୍ଟାଲ୍ କଲେଜରେ ହୋଇଥିବା ଏମଡିଏସ ପରୀକ୍ଷାକୁ ବିରୋଧ କରି ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ୍ ଜାଭେରୀ ଓ ଜଷ୍ଟିସ କେ. ଆର୍ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଶିବ ନାରାୟଣ ବିଶ୍ୱାଳଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ସମସ୍ତ ପକ୍ଷଙ୍କୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ମେ’୨ ରୁ ୪ ତାରିଖ ମଧ୍ୟରେ ଏମଡିଏସ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ତେବେ ସାମ୍ଭାବ୍ୟ ବାତ୍ୟାକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିସନର୍ ମେ’ ୧ରେ ଏକ ବିଜ୍ଞପ୍ତି ଜାରି କରି ସମସ୍ତ ପରୀକ୍ଷାକୁ ବାତିଲ କରିବା ପାଇଁ ନିର୍ଦେଶ ଦେଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ମେ’୨ ରୁ ୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ବୋଲି ମଧ୍ୟ ମେ’ ୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ସରକାରଙ୍କ ନିର୍ଦେଶନାମାକୁ ଉଲଘଂନ କରି ମେ’ ୨ରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଆଉ ଏକ ବିଜ୍ଞପ୍ତି ଜାରି କରାଯାଇ ମେ’ ୬ରୁ ୯ ତାରିଖ ୪ ଦିନ ଧରି ଏସସିବି ‌ ଡେଣ୍ଟାଲ କଲେଜରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା। ବାତ୍ୟା ହେବା ପୂର୍ବରୁ ପରୀକ୍ଷା ତାରିଖକୁ ‌ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ବାତ୍ୟା ପ୍ରଭାବରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ପାନୀୟ ଜଳ ଓ ଇଣ୍ଟରନେଟ୍ ସୁବିଧା ନଥିବାବେଳେ ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଏ ନେଇ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। କୁଳାଧିପତି, କୁଳ ସଚିବ,ପରୀକ୍ଷା ନିୟନ୍ତ୍ରକ, ଏସସିବି ଡେଣ୍ଟାଲ କଲେଜ ଅଧ୍ୟକ୍ଷ, ସ୍ବାସ୍ଥ୍ୟ ବିଭାଗ ସଚିବ, ଡିଏମଇଟି ଓ ଏସଆରସିଙ୍କୁ ପକ୍ଷଭୁକ୍ତ କରି ଆବେଦନକାରୀ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe