ପିଆରଏମରେ କାୟା ମେଲାଉଛି କରୋନା: ଦନ୍ତ ବିଭାଗର ଡାକ୍ତର ଆକ୍ରାନ୍ତ, ବନ୍ଦହେଲା ଦନ୍ତ ବିଭାଗ

Advertisment

ହୋମ୍ ଆଇସୋଲେସନ୍‌ ଗଲେ ସମସ୍ତ ଡାକ୍ତର ଓ କର୍ମଚାରୀ

ହୋମ୍ ଆଇସୋଲେସନ୍‌ ଗଲେ ସମସ୍ତ ଡାକ୍ତର ଓ କର୍ମଚାରୀ

ପିଆରଏମରେ ରୋଗୀ ଅବହେଳା ଅଭିଯୋଗ, ଚିକିତ୍ସାରେ ବିଳମ୍ବ ଯୋଗୁଁ ଆହତ ଗୁରୁତର

Photo: Twitter

ବାରିପଦା: ପିଆରଏମ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲରେ ଧୀରେ ଧୀରେ ପ୍ରବେଶ ମେଲୁଛି କରୋନା। ଗତକାଲି ପିଆରଏମର ଦନ୍ତ ବିଭାଗର ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। କୌଣସି ରୋଗୀଙ୍କଠାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ଏହାକୁ ନେଇ ପିଆରଏମରେ ଭୟର ବାତାବରଣ ଖେଳିଯାଇଛି। ଜଣେ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେଲାପରେ ଦନ୍ତ ବିଭାଗକୁ ବିଶୋଧନ କରି ବନ୍ଦ କରିଦିଆଯାଇଛି।

ଏଠାରେ କର୍ତ୍ତବ୍ୟରତ ସମସ୍ତ ଡାକ୍ତର ହୋମ୍ ଆଇସୋଲେସନ୍‌ ଯାଇଛନ୍ତି। ଆକ୍ରାନ୍ତ ଡାକ୍ତର ଜଣଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଉନଥିଲା। ତେବେ ସ୍ବାବ୍ ପରୀକ୍ଷା ପରେ ତାଙ୍କର ପଜିଟିଭ୍ ଆସିବାରୁ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଡାକ୍ତର ଜଣଙ୍କ ରହୁଥିବା ପିଆରଏମ୍ ହଷ୍ଟେଲ୍ର ଅନ୍ୟ ଡାକ୍ତର ଅନ୍ତେବାସୀଙ୍କ ନିକଟରୁ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା କରାଯିବାକୁ ଦାବି ହୋଇଛି। ସେହିପରି ଉକ୍ତ ଡାକ୍ତର ଜଣଙ୍କ ମଧ୍ୟ ଅନେକ ରୋଗୀଙ୍କୁ ଚିକିତ୍ସା କରିଥିବାରୁ ସେନେଇ ସତର୍କତା ଅବଲମ୍ବନ କରିବାକୁ ଦାବି ହୋଇଛି। ପିଆରଏମରେ ଏମଧ୍ୟରେ ୨ଜଣ ଡାକ୍ତରଙ୍କ ସମେତ ପ୍ରାୟ ୫ଜଣ କୋଭିଡ୍ ଯୋଦ୍ଧା କରୋନା ସଂକ୍ରମିତ ହୋଇସାରିଲେଣି।

publive-image prmmch.nic.in

ମୟୂରଭଞ୍ଜରେ ପରୀକ୍ଷା ବଢ଼ିଲା, ସଂଖ୍ୟା ବଢ଼ୁଛି

ମୟୂରଭଞ୍ଜରେ ନମୁନା ପରୀକ୍ଷା ବଢ଼ିବା ସହିତ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଆଜିସୁଦ୍ଧା ଜିଲ୍ଲାରେ ପ୍ରାୟ ୬ହଜାର ୨ଶହ ନମୁନା ପରୀକ୍ଷା ସରିଲାଣି। ଏବେ ଜିଲ୍ଲାରେ ଦୈନିକ ୯୦ରୁ ୧୦୦ ନମୁନା ପରୀକ୍ଷା ହେଉଛି। ଫଳରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଆଇଏଲଆଇ ଏବଂ ସାରୀ ପ୍ରକ୍ରିୟା ଅନୁସରଣ ପୂର୍ବକ ଜିଲ୍ଲାରେ ନମୁନା ପରୀକ୍ଷଣକୁ ବଢ଼ାଯାଇଥିବା ଜଣାପଡ଼ିଛି।

ବିଶେଷକରି ଜିଲ୍ଲାରେ ନିୟୋଜିତ କରୋନା ଯୋଦ୍ଧାଙ୍କର ନମୁନା ପରୀକ୍ଷଣ ଉପରେ ଗୁରୁତ୍ବ ଦିଆଯାଉଛି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଶହ ଟପିଛି। ନିଜସ୍ବ ପରୀକ୍ଷା ବ୍ୟବସ୍ଥା ଥିବାରୁ ମୟୂରଭଞ୍ଜରେ କରୋନା ପରୀକ୍ଷଣ ନିମନ୍ତେ ବିଶେଷ ସହାୟକ ହେଉଛି। ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କରୋନା ଯୋଦ୍ଧାଙ୍କର ନମୁନା ପରୀକ୍ଷା ସହିତ ଲକ୍ଷଣ ପ୍ରକାଶ ପାଉଥିବା ରୋଗୀଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଉଛି। ତେବେ ଏହି ସଂଖ୍ୟାକୁ ଆହୁରି ବଢ଼ାଇବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe