ଦେଓ ଜଳସେଚନ ପ୍ରକଳ୍ପ ବିସ୍ଥାପିତଙ୍କୁ କ୍ଷତିପୂରଣ ଦେବାରେ ଟାଳଟୁଳ ନୀତି

Advertisment

ମେ’୨ରୁ ଧାରଣାରେ ବସିବେ ବାସହରା ପରିବାର

ମେ’୨ରୁ ଧାରଣାରେ ବସିବେ ବାସହରା ପରିବାର

ଦେଓ ଜଳସେଚନ ପ୍ରକଳ୍ପ ବିସ୍ଥାପିତଙ୍କୁ କ୍ଷତିପୂରଣ ଦେବାରେ ଟାଳଟୁଳ ନୀତି

କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା: ଦେଓ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ୯୮୪ ପରିବାର ମଧ୍ୟରୁ ୩ ଶହ ପରିବାର ଏ ପର୍ଯ୍ୟନ୍ତ କ୍ଷତିପୂରଣ ପାଇନାହାନ୍ତି। ବିସ୍ଥାପିତ ପରିବାରଗୁଡ଼ିକ ଏ ସଂକ୍ରାନ୍ତରେ ମୟୂରଭଞ୍ଜ ଜିଲାପାଳଙ୍କୁ ଇ ମେଲ୍‌ ଯୋଗେ ଅଭିଯୋଗ କରିବା ସହ ୧୦ ଦିନ ମଧ୍ୟରେ କ୍ଷତିପୂରଣ ରାଶି ନ ଦେଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ। ତେବେ ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦିଆନଯିବାରୁ ଆଜି ପୁଣି ଜିଲ୍ଲାପାଳ, ଉପଜିଲ୍ଲାପାଳ, କରଞ୍ଜିଆ ଏସ୍‌ଡିପିଓ ଓ ଥାନା ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି ବାସହରା ପ୍ରଜା।

ମେ ୨ ତାରିଖରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିସ୍ଥାପିତ ପରିବାର କ୍ଷତିପୂରଣ ରାଶି ନ ପାଇବାଯାଏ ଧାରଣାରେ ବସିବେ ବୋଲି ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ବିସ୍ଥାପିତମାନେ ସହକାରୀ ଜିଲ୍ଲାପାଳ ମନ୍ମଥନାଥ ମଲ୍ଲିକଙ୍କ ଜରିଆରେ ଜିଲ୍ଲାପାଳଙ୍କ ସମେତ ଅନ୍ୟମାନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବିସ୍ଥାପିତଙ୍କ ପାଇଁ ଜାଗା ଚିହ୍ନଟ ସାଙ୍ଗକୁ ଆବାସ ଯୋଜନାରେ ଗୃହ ଯୋଗାଣ, ପାନୀୟ ଜଳଯୋଗାଣ, ଗୃହପାଳିତ ପଶୁପକ୍ଷୀଙ୍କ ରହିବା ପାଇଁ ଗୁହାଳ ନିର୍ମାଣ ଆଦି କରିବା ଲାଗି ଅନନ୍ତ ନାଏକ, ସଞ୍ଜୟ ନାଏକ, ରଞ୍ଜିତ ନାଏକ, ଲମ୍ବୋଦର ନାଏକ, ସୁଶିଲ ନାଏକ, ବିନୋଦିନୀ ନାଏକ, ତ୍ରିବେଣୀ ବଦ୍ରା, ବସୁମତି ନାଏକ, କେଦାର ନାଏକ, ବୋଲରାମ ସିଂ, ବସୁମତୀ ସିଂ, ଆଶା ନାଏକ, ନୀଳମଣି ନାଏକ, ଗୋପୀନାଥ ସିଂ ଖୁଣ୍ଟିଆ, ଚନ୍ଦ୍ରମଣି ବଦ୍ରା ପ୍ରମୁଖ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe