ଦେଓଗାଁ ବ୍ଲକରେ ପଡିରହିଥିବା ଟଙ୍କା ଖର୍ଚ୍ଚ ହେଉନଥିବାରୁ ବ୍ଲକ ସରପଞ୍ଚ ଓ ସମିତି ସଭ୍ୟଙ୍କ ଧାରଣା, କାର୍ଯ୍ୟରେ ଯୋଗ ନ ଦେଇ ଫେରିଗଲେ ବିଡ଼ିଓ

ଦେଓଗାଁ ବ୍ଲକରେ ପଡିରହିଥିବା ଟଙ୍କା ଖର୍ଚ୍ଚ ହେଉନଥିବାରୁ ବ୍ଲକ ସରପଞ୍ଚ ଓ ସମିତି ସଭ୍ୟଙ୍କ ଧାରଣା, କାର୍ଯ୍ୟରେ ଯୋଗ ନ ଦେଇ ଫେରିଗଲେ ବିଡ଼ିଓ

ଦେଓଗାଁ : ଦେଓଗାଁ ବ୍ଲକର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଆସୁଛି ହେଲେ ରାଜନେତାଙ୍କ ଗଞ୍ଜା ଲଢେ଼ଇ ଯୋଗୁଁ ଉନ୍ନତି ମୂଳକ କାମ ନହୋଇ କେବେ ଟଙ୍କା ଫେରି ଯାଉଛି ତ କେବେ ଟଙ୍କା ପଡିରହିଛି। ଏହି ପଡ଼ି ରହିଥିବା ଟଙ୍କାରେ ଶୀଘ୍ର କାମ ଆରମ୍ଭ କରିବା ଦାବିରେ ସୋମବାର ଦିନ ଦେଓଗାଁ ବ୍ଲକ ଅଧ୍ୟକ୍ଷ ରୀନା ମେହେରଙ୍କ ନେତୃତ୍ୱରେ ବ୍ଲକର ସରପଞ୍ଚ ଓ ସମିତି ସଭ୍ୟ ମାନେ ଧାରଣାରେ ବସିଛନ୍ତି।

ଗତ ୨୦୧୯ ଅଗଷ୍ଟ ବନ୍ୟା ରେ ଭାଙ୍ଗି ଯାଇଥିବା ରାସ୍ତାଘାଟକୁ ମରାମତି କରିବା ପାଇଁ ଆସିଥିବା ୧କୋଟି ୫୪ଲକ୍ଷ ୮ଶହ ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି। କେଉଁ ରାସ୍ତାରେ କେତେ ଟଙ୍କା ଖର୍ଚ୍ଚ ହେବ ତାହା ମଧ୍ୟ ନିଷ୍ପତ୍ତି ହୋଇଛି ହେଲେ କାମ ଭାଗ ବଣ୍ଟାକୁ ନେଇ କାମ ଆରମ୍ଭ କରାଯାଇ ନାହିଁ। ଯଦିଓ ସମସ୍ତ କାମ ବିଭାଗୀୟ ଅଧିକାରୀଙ୍କ ନାମରେ ହେବାକୁ ପୂର୍ବରୁ ନିଷ୍ପତ୍ତି ହୋଇଛି। ତୁରନ୍ତ କାମ କରିବା ପାଇଁ ସରପଞ୍ଚରୁ ଆରମ୍ଭ କରି ସମିତି ସଭ୍ୟ ଜିଲ୍ଲା ପରିଷଦ ସଭ୍ୟମାନେ ଦାବି କରୁଥିବା ବେଳେ ବିଡ଼ିଓ ଫାଇଲ ଖୋଲି ଧର୍ମକୁ ଆଖି ଠାର ପରି ଚୁପ ପଡୁ ଥିବାରୁ ଗତ ୨୧ ତାରିଖ ଦିନ ଅନୁ‌ଷ୍ଠିତ ହୋଇଥିବା ପଞ୍ଚାୟତ ସମିତି ବୈଠକରେ ସମସ୍ତ ସଦସ୍ୟ ଆସନ୍ତା ୭ଦିନ ମଧ୍ୟରେ କାମ ଆରମ୍ଭ ନକଲେ ବ୍ଳକ କାର୍ଯ୍ୟାଳୟରେ ତାଲା ପଡ଼ିବ ବୋଲି ଘୋଷଣା କରିଥିଲେ। ବିଡିଓ ନିଶ୍ଚିତ ଭାବେ ୭ଦିନ ଭିତରେ କାମ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ହେଲେ ପ୍ରତିଶ୍ରୁତି ଦେବାର ୧୧ ଦିନ ବିତିଯାଇଥିଲେ ବି କାମ ଆରମ୍ଭ ନ ହେବାରୁ ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି ସରପଞ୍ଚ ଓ ସମିତି ସଭ୍ୟ ମାନେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe