ହଜିଗଲା ମାନବିକତା; ୪୦୦ ଟଙ୍କା ଶୁଝି ନପାରିବାରୁ ପଡ଼ି ରହିଲା ଶବ

Advertisment

ଜମି ବିକ୍ରି ଟଙ୍କା ଦେବାର ୪୮ ଘଣ୍ଟା ପରେ ହେଲା ଶବ ସଂସ୍କାର

ଜମି ବିକ୍ରି ଟଙ୍କା ଦେବାର ୪୮ ଘଣ୍ଟା ପରେ ହେଲା ଶବ ସଂସ୍କାର

ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

ଦେବଗଡ଼ : ୧୯ ବର୍ଷ ପୂର୍ବେ ଗାଁ ସମାଜ ପାଣ୍ଠିରୁ ୪୦୦ ଟଙ୍କା ଧାର ନେଇଥିଲେ। ଶୁଝି ନପାରିବାରୁ ମୃତ୍ୟୁ ପରେ ଶବକୁ ହେବାକୁ ପଡ଼ିଲା ହଟହଟା। ମୃତଦେହକୁ କେହି ଛୁଇଁ ନଥିଲେ। ପ୍ରାୟ ୪୮ ଘଣ୍ଟାରୁ ଅଧିକ ସମୟ ଧରି ପଡ଼ି ରହିଥିଲା ଶବ। ଶବ ବୋହିବାକୁ ଚାରି କାନ୍ଧ ମିଳି ନଥିଲା। ଏପରି ଅମାନବିକ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ।

ମିଳିଥିବା ସୂଚନା ଅନୁଯାୟୀ ବିଜୟନଗର ପଣସକୁଦର ଗ୍ରାମର ସୋମା ହେମରମ ୧୯ ବର୍ଷ ପୂର୍ବେ ଗାଁ ସମାଜ ପାଣ୍ଠିରୁ ୪୦୦ ଟଙ୍କା ଧାର ନେଇଥିଲେ। କିନ୍ତୁ ସେ ଏହି ଟଙ୍କା ପରିଶୋଧ କରି ପାରି ନଥିଲେ। ସୋମବାର ରାତିରେ କିଡ଼୍‌ନି ରୋଗରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକ ଶବ ସଂସ୍କାର ପାଇଁ ଜାତି ସମାଜକୁ ଅନୁରୋଧ କରିଥିଲେ। ମାତ୍ର ଟଙ୍କା ପରିଶୋଧ କରି ନଥିବାରୁ ସୁଧ ମୂଳ ସହ ୧୨ ହଜାର ଓ ଜୋରିମାନା ୨୫ ହଜାର ଟଙ୍କା ପୈଠ ନ କରିବାଯାଏ ଶବ ସଂସ୍କାରକୁ କେହି ଯିବେ ନାହିଁ ବୋଲି ଜାତି ସମାଜ ପକ୍ଷରୁ କୁହାଯାଇଥିଲା। ସୋମବାରଠାରୁ ଆଜି ଯାଏଁ ଘରେ ମୃତଦେହ ପଡ଼ି ରହିଥିଲା।

publive-image

ପରେ ଦେବଗଡ଼ ଥାନା ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଅପରାହ୍‌ଣ ସମୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ମୃତ ସୋମାଙ୍କ ସ୍ତ୍ରୀ ତାଙ୍କ ଚାଷ ଜମିକୁ ଗାଁର ଜଣେ ବ୍ୟକ୍ତିକୁ ମାତ୍ର ୩୫ ହଜାର ଟଙ୍କାରେ ବାଧ୍ୟ ହୋଇ ବିକ୍ରିକରି ସ୍ୱାମୀଙ୍କ କରଜ ସମାଜ ନିକଟରେ ଶୁଝିଥିଲେ। ଏହାପରେ ଏନେଇ ସମାଜ ପକ୍ଷରୁ ବୈଠକ କରାଯାଇଥିଲା। ବୈଠକରେ ନିଷ୍ପତ୍ତ କ୍ରମେ ମୃତ୍ୟୁର ତିନି ଦିନ ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe