ଦେବଗଡ଼ : ଆଜି ସକାଳେ ଦେବଗଡ଼ ଜିଲ୍ଲାରେ ଦୁଇଟି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ୫୩ ନଂ ଜାତୀୟ ରାଜପଥରେ ଦେବଗଡ଼ ଜିଲ୍ଲାର ରିୟାମାଳ ଥାନା ଅନ୍ତର୍ଗତ ଛତାବର ଖେଳପଡ଼ିଆ ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ଜଣେ ବାଇକ୍ ଅରୋହୀଙ୍କର ପ୍ରାଣହାନି ଘଟିଥିଲା।
ଅପରପକ୍ଷରେ ଏଥିରେ ଜଣେ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ନିକଟସ୍ଥ ଛତାବର ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ତାଙ୍କର ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ଏହି ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ଉଭୟଙ୍କର ପରିଚୟ ମିଳି ନଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
image source--news firstଅପରପକ୍ଷରେ ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଏସ୍ ଏଚ୍-୧୦ରେ ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଜଣେ ବାଇକ୍ ଅରୋହୀଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି।
ମୃତକଙ୍କର ନାମ ଅବିନାଶ ପାତ୍ର ଏବଂ ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାର ବଣାଇଁଗଡ଼ରେ ବୋଲି ଜଣାଯାଇଛି। ସେ ନିଜ ଘରୁ ଅନୁଗୁଳ ଅଭିମୁଖେ ଯାଉଥିଲେ। ଅଜଣା ଗାଡ଼ିଟି ଅବିନାଶ ପାତ୍ରଙ୍କ ବାଇକକୁ ପଛପଟୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା। ଏହାପରେ ସେଠାରେ ପହଞ୍ଚି କିଛି ଲୋକ ଅବିନାଶ ପାତ୍ରଙ୍କ ନିକଟସ୍ଥ ବାରକୋଟ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us