Advertisment

କପି ପାଇଁ ଜିଦ୍‌ ଘଟଣା : ୬୮ ପରୀକ୍ଷାର୍ଥୀଙ୍କୁ ଅନୁମତି ମିଳିବ ତ?

Advertisment
କପି ପାଇଁ ଜିଦ୍‌ ଘଟଣା : ୬୮ ପରୀକ୍ଷାର୍ଥୀଙ୍କୁ ଅନୁମତି ମିଳିବ ତ?

ଦେବଗଡ : ମଙ୍ଗଳବାର ଦିନ ଦେବଗଡ଼ କଲେଜରେ ଚାଲିଥିବା ଯୁକ୍ତ ୨ ପରୀକ୍ଷାର ପଦାର୍ଥ ବିଜ୍ଞାନ ବିଷୟରେ ଛାତ୍ରଛାତ୍ରୀମାନେ କପି କରିବ‌ାକୁ ଜିଦ କରି ସିସିଟିଭି କ୍ୟାମେରା ସମ୍ମୁଖରେ ପରୀକ୍ଷା ଦେବାକୁ ମନା କରି ଦେଇଥିଲେ। ଫଳରେ ଏହାକୁ ନେଇ କଲେଜରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସଂପୃକ୍ତ ୬୮ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଜବତ କରି ପରୀକ୍ଷା ନିୟନ୍ତ୍ରକଙ୍କ ନିକଟକୁ ପଠାଇଥିବା ବେଳେ ସଂପୃକ୍ତ ଛାତ୍ରଛାତ୍ରୀ ଆଗକୁ ହେବାକୁ ଥିବା ପରୀକ୍ଷା ଦେଇପାରିବେ କି ନାହିଁ ସେ ନେଇ ସଂଶୟ ସୃଷ୍ଟି ହୋଇଛି। ତେବେ ସେମାନଙ୍କୁ ପରବର୍ତ୍ତୀ ବିଷୟର ପରୀକ୍ଷା ଦେବାକୁ ଅନୁମତି ପ୍ରଦାନ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇଥିବା କଲେଜର ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀ ସୂଚନା ଦେଇଛନ୍ତି।

ପ୍ରକାଶଥାଉ କି, ମଂଗଳବାର ନିର୍ଧାରିତ ସମୟରେ ପରୀକ୍ଷା ଆରମ୍ଭ ହେବା ପରେ ସିସିଟିଭି କ୍ୟାମେରା ସମ୍ମୁଖରେ ପରୀକ୍ଷା ଦେବାକୁ ମନକାରି ୬୮ ଜଣ ଛାତ୍ରଛାତ୍ରୀ ହଲ୍‌ରୁ ଉଠି ଯାଇଥିଲେ। ଏନେଇ ଉତ୍ତେଜନା ହୋଇଥିବାବେଳେ ଜିଲ୍ଲାପାଳ ଓ ଏସ୍‌ପି ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା। ତେବେ ସଂପୃକ୍ତ ୬୮ ଜଣ ଛାତ୍ରଛାତ୍ରୀଙ୍କ ଖାତା ଜବତ କରି ପରୀକ୍ଷା ନିୟନ୍ତ୍ରକଙ୍କ ନିକଟକୁ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe