ଦେବଗଡ଼ କଲେଜ୍ ପ୍ରେକ୍ଷାଳୟ ଉଦ୍‌ଘାଟିତ

Advertisment
ଦେବଗଡ଼ କଲେଜ୍ ପ୍ରେକ୍ଷାଳୟ ଉଦ୍‌ଘାଟିତ

ଦେବଗଡ଼ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମାଣ କରାଯାଇଥିବା ଦେବଗଡ଼ କଲେଜର ପ୍ରେକ୍ଷାଳୟକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଥିଲେ। ଏହା ସହିତ ପୌରାଞ୍ଚଳରେ ଥିବା ଛାଲ ବାହାଦୁର ବନ୍ଧର ପୁନରୁଦ୍ଧାରର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଥିଲେ।

ସଂଧ୍ୟାରେ ଦେବଗଡ଼ କଲେଜ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲା ପରିଷଦ ସଭାପତି କ‌ୌଶିକ ପ୍ରଧାନ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ଅତିଥି ଭାବେ ଯୋଗ ଦେଇଥିଲେ। ଏହାପରେ ଅତିଥିମାନେ ନବନିର୍ମିତ ପ୍ରେକ୍ଷାଳୟ ବୁଲି ଦେଖିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ବାରକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାତ୍ର, ତିଲେଇବଣି ପଞ୍ଚାୟତ ସମିତି ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଭୂପେନ୍ଦ୍ର ପ୍ରସାଦ ନାୟକ, ପୌର ନିର୍ବାହୀ ଅଧିକାରୀ ତପନ ମହାପାତ୍ର, ଜିଲ୍ଲା ଯୋଜନା ଉପନିର୍ଦ୍ଦେଶକ ରାମ ସେବକ ପ୍ରଧାନ ଏବଂ ଦେବଗଡ଼ କଲେଜର ଅଧ୍ୟକ୍ଷ ସୁଦାମ ପରିଡା ପ୍ରମୁଖ ଯୋଗ ଦେଇଥିଲେ। କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୩ କୋଟି ୯୧ ଲକ୍ଷ ୫୬ ହଜାର ୭ଶହ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଦେବଗଡ଼ କଲେଜ ପ୍ରେକ୍ଷାଳୟ। ଛାଲ ବାହାଦୁର ବନ୍ଧର ପୁନରୁଦ୍ଧାର ପାଇଁ ୧ କୋଟି ୪୮ ଲକ୍ଷ ୮୪ ହଜାର ୩ଶହ ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe